କନକ ବ୍ୟୁରୋ : ମୃତ୍ୟୁ ପୂର୍ବରୁ ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରାଙ୍କ ଶେଷ ରିଲ୍ସ ସାମ୍ନାକୁ ଆସିଛି । କନକ ନ୍ୟୁଜ ହାତରେ ଲାଗିଛି ଏକ୍ସକ୍ଲୁସିଭ୍ ଫୁଟେଜ୍ । ମୃତ୍ୟୁ ପୂର୍ବରୁ ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ମାନସିକ ଅବସାଦରେ ଥିଲେ । ଏକଥା ସୋସିଆଲ ମିଡିଆ ପୋଷ୍ଟ ହିଁ ବୟାନ କରୁଛି । ପୋଷ୍ଟରେ ସେ ଚାପରେ ଥିବା ଉଲ୍ଲେଖ କରିଛନ୍ତି । ଏହି ପୋଷ୍ଟ ବୟାନ କରୁଛି, ସେ ପ୍ରକୃତରେ କେତେ ଚାପରେ ଥିଲେ । ମୁଁ ଯାହାକୁ ଖୁସିରେ ରହିବାକୁ ଚାହୁଁଥିଲି, ସେ ହିଁ ଦୁଃଖର କାରଣ ପାଲଟିଗଲେ ବୋଲି ବାଇକ୍ ଆଗରେ ଠିଆ ହୋଇ ଫଟୋ ପୋଷ୍ଟ କରିଛନ୍ତି ।
ସେମାନେ ଏକାଠି ତ୍ରିବେଣୀ ସଙ୍ଗମ ବୁଲିବାକୁ ଯାଇଥିଲେ ବୋଲି ଗତକାଲି ପୋଲିସ କମିଶନର କହିଥିଲେ । ଏହି ଭିଡିଓ ମଧ୍ୟ ଉଭୟ ସେୟାର କରିଛନ୍ତି । ସେପଟେ ଅଭିଯୁକ୍ତ ଦୀପକ ରାଉତର ଶେଷ ଭିଡିଓ ସାମ୍ନାକୁ ଆସିଛି । କୁକୁର ଭ୍ୟାକ୍ସିନ୍ ନେଉଥିବା କଥା ଭିଡିଓରେ ରହିଛି । ପୂର୍ବରୁ କେମିତି ଖୁସିରେ ଥିଲେ ଶୁଭମିତ୍ରା ଏବଂ ଜୀବନରେ ଜହ୍ଲାଦ ଆସିବା ପରେ ଶୁଭମିତ୍ରାଙ୍କ ଖୁସି ମିଳେଇ ଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/18/traffic-constable-2025-09-18-16-38-18.jpg)