କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱର ହେଉ କି ଖୋର୍ଦ୍ଧା, ପୁରୀ ଅଞ୍ଚଳର ଯୋକୌଣସି ଅଞ୍ଚଳ । ଆଖି ପିଛୁଳାକେ ଗାଡି ଚୋରି କରିନେଉଥିଲେ ପୁଲିସ ହାତରେ ଲାଗିଥିବା ୨ଲୁଟେରା । କେବଳ ଗାଡି ଚୋରି କରୁଥିଲେ ତା ନୁହେଁ, ଚୋରି ଗାଡିରେ ଅନେକ ଅପରାଧୀକ କାର୍ଯ୍ୟ କରୁଥିଲେ । ୨ଜଣଙ୍କୁ ପୁଲିସ ଗିରଫ କରିବା ପରେ ଲୁଟେରାଙ୍କ କଳା କରନାମା ପଦାକୁ ଆସିଛି ।
୧୦ ଟି ଚୋରା ଗାଡ଼ି ଜବତ I ରାଜ୍ୟସାରା ବୁଲି ବୁଲି ଗାଡ଼ି ଚୋରି କରୁଥିଲେ, ସେହି ଚୋରି ଗାଡ଼ିରେ ଗାଈ ବେପାର କରୁଥିଲେ I ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ପୁରୀରୁ ଗାଡ଼ି ଚୋରି କରୁଥିଲେ I ବିଭିନ୍ନ ସ୍ଥାନରୁ ଗାଈ, ଗୋରୁଙ୍କୁ ଚୋରି କରି ନେଉଥିଲେ I ଏହା ସହିତ ୪ ଟି ଗାଡ଼ିକୁ ଅଭିଯୁକ୍ତମାନେ ସ୍କାର୍ପ କରି ଦେଇଥିବା ଜଣା ପଡିଛି I ଗାଈ ଚାଲାଣ କରିବା ସହ ବଡ଼ ବଡ଼ ଅପରାଧରେ ରହିଛି ଏମାନଙ୍କର ସମ୍ପୃକ୍ତି I ଦୁଇ ଅଭିଯୁକ୍ତ ପିପିଲି ଅଞ୍ଚଳର I ଅରମାନ ସାହା ନାଁରେ ପିପିଲି ଅଞ୍ଚଳରେ ୨୦ ରୁ ଅଧିକ ମାମଲା ରହିଛି I ଏବଂ ଇଫତିକାର ଅଲ୍ଲୀ ଗିରଫ I
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/06/04/X8nceK4lKWhQfqpCzNGk.jpg)