ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା: ଗିରଫ ପୁରୁଷବନ୍ଧୁଙ୍କ ବାପା-ମା’ ଆଣିଲେ ସାଂଘାତିକ ଅଭିଯୋଗ

ତେରୋହୀ ଗାଁରୁ ଗିରଫ ହୋଇଥିବା ଯୁବକଙ୍କ ବାପା ଓ ମା’ ପ୍ରତିକ୍ରିୟା ରଖିଛନ୍ତି । ଉଭୟଙ୍କ ପ୍ରେମ ସମ୍ପର୍କ ନେଇ କୌଣସି କଥା ଜାଣିନଥିବା କହିଛନ୍ତି । ଘଟଣା ଘଟିବା ପରେ ଥାନାକୁ ବି ଝିଅ ପରିବାର ଯାଇଛନ୍ତି ।

05

କନକ ବ୍ୟୁରୋ : ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରେ ନୂଆ ମୋଡ଼ । ତେରୋହୀ ଗାଁରୁ ଗିରଫ ହୋଇଥିବା ଯୁବକଙ୍କ ବାପା ଓ ମା’ ପ୍ରତିକ୍ରିୟା ରଖିଛନ୍ତି । ଉଭୟଙ୍କ ପ୍ରେମ ସମ୍ପର୍କ ନେଇ କୌଣସି କଥା ଜାଣିନଥିବା କହିଛନ୍ତି । ଘଟଣା ଘଟିବା ପରେ ଥାନାକୁ ବି ଝିଅ ପରିବାର ଯାଇଛନ୍ତି । ହେଲେ ପ୍ରେମ ସମ୍ପର୍କରୁ ଘଟଣା ଘଟିଥିବା ନେଇ କିଛି ଜାଣିନଥିବା କହୁଥିବା ବେଳେ ଏନେଇ ଝିଅର ପରିବାର ଲୋକ ଏଥିପାଇଁ ଦାୟୀ । ଜାଣି ଶୁଣି ଆମ ପୁଅକୁ ଫସାଯାଇଥିବା କହିଛନ୍ତି ମୃତ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ମାଆ । 

ମୃତ ଯୁବତୀଙ୍କ ପୁରୁଷ ବନ୍ଧୁ ଗିରଫ
ଗିରଫ ଯୁବକଙ୍କ ବାପା ମା’ଙ୍କ ପ୍ରତିକ୍ରିୟା
ଉଭୟଙ୍କ ପ୍ରେମ ନେଇ କିଛି ଜାଣିନାହାନ୍ତି ପରିବାର 
ପୁଅ ସମ୍ପୁର୍ଣ୍ଣ ନିର୍ଦ୍ଦୋଷ କହିଲେ ଗିରଫ ଯୁବକଙ୍କ ମା’
ଆମକୁ କିଛି ନଜଣାଇ ଥାନାରେ ଦେଇଛନ୍ତି ଏତଲା 
ଝିଅ ପରିବାର ଉଭୟଙ୍କ ପ୍ରେମ ସମ୍ପର୍କ ନେଇ ସବୁ ଜାଣିଥିଲେ 
ଥାନାରୁ ଫେରିବା ପରେ କରିଛନ୍ତି ମିଛ ଅଭିଯୋଗ 
ବାପା ମା’ଝିଅକୁ ମାରି ମୋ ପୁଅକୁ ଫସାଇଛନ୍ତି 
ମାରି ସାରିବା ପରେ ଥାନାକୁ ଯାଇଛନ୍ତି 
ଗରିବ ଲୋକ ବୋଲି ଆମକୁ ଦଣ୍ଡ ଦେଉଛନ୍ତି
ଦୋଷ ନଥାଇ ମୋ ପୁଅକୁ ଗିରଫ କରିଛନ୍ତି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe