ଚୌଦ୍ବାର ଜେଲ୍‌ ପରେ ଚନ୍ଦକା ଥାନ : କନଷ୍ଟେବଳକୁ ଧକ୍କା ଦେଇ ଚମ୍ପଟ ମାରିଲା ଚୋର

ଚୌଦ୍ୱାର ଜେଲ ପରେ ଏବେ ପୁଣି ଚନ୍ଦକା ଥାନାରୁ ଫେରାର ହୋଇଗଲା ଚୋର । କନେଷ୍ଟବଳଙ୍କୁ ଧକ୍କା ଦେଇ ଚନ୍ଦକା ଥାନାରୁ ଚମ୍ପଟ ମାରିଲା ଚୋର ।

13

କନକ ବ୍ୟୁରୋ : ଚୌଦ୍ୱାର ଜେଲ ପରେ ଏବେ ପୁଣି ଚନ୍ଦକା ଥାନାରୁ ଫେରାର ହୋଇଗଲା ଚୋର । କନେଷ୍ଟବଳଙ୍କୁ ଧକ୍କା ଦେଇ ଚନ୍ଦକା ଥାନାରୁ ଚମ୍ପଟ ମାରିଲା ଚୋର । ଫେରାର ଅଭିଯୁକ୍ତ ହେଉଛି ପଶ୍ଚିମବଙ୍ଗର ରାଜା । ସୂଚନା ଅନୁସାରେ ଗତମାସ ୨୮ ତାରିଖ ରାତିରେ ଏକ ଆଇଫୋନ ଚୋରି ହୋଇଥିଲା । ସେହି ଅଭିଯୋଗ ତଦନ୍ତ କରି ଦୁଇ ଦିନ ତଳେ ଚନ୍ଦକା ପୁଲିସ ରାଜାକୁ ଧରି ଆଣି ଅଧିକ ପଚରାଉଚରା କରୁଥିଲା । 

ଗତକାଲି ଅଭିଯୁକ୍ତ ଜଣଙ୍କ ବାନ୍ତି ଲାଗୁଥିବା ବାହାନା କରି ବାଥରୁମ ଯାଇଥିଲା । ଥାନାର ସେଣ୍ଟ୍ରି ସମେତ ଦୁଇ ଜଣ କନେଷ୍ଟବଳ ମଧ୍ୟ ତାକୁ ଜଗି ଛିଡ଼ା ହୋଇଥିଲେ । ହେଲେ ଅଭିଯୁକ୍ତ ଜଣଙ୍କ ଚତୁରତାର ସହ ଜଣେ କନେଷ୍ଟବଳଙ୍କୁ ଧକ୍କା ଦେଇ ଦୌଡ଼ି ପଳାଇଥିଲା । ରାଜା ଖସିଯିବା ପରେ ଚନ୍ଦକା ଥାନାର ଢିଲା ସୁରକ୍ଷା ବ୍ୟବସ୍ଥା ଏବେ ପଦାରେ ପଡ଼ିଛି । ଥାନାରେ ଏକାଧିକ କର୍ମଚାରୀ ଥାଇ ମଧ୍ୟ ଚୋର ଖସି ପଳାଇଯିବା କମିସନରେଟ ପୁଲିସ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe