କନକ ବ୍ୟୁରୋ : ମାଓ ଶିବିରରୁ ପୁଳା ପୁଳା ଟଙ୍କା ଜବତ । ଛତିଶଗଡ ଗରିଆବନ୍ଧ ମାଓ ଶିବିରରୁ ୧୬ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଛି । ଏହାସହ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଗୋଟିଏ ଲାପଟପ୍ ବି ମିଳିଛି । ଆତ୍ମସମର୍ପଣ କରିଥିବା ମାଓବାଦୀ ସୂଚନା ଆଧାରରେ ଏସବୁକୁ ଜବତ କରାଯାଇଛି । 

Advertisment

ନୂଆପଡ଼ା ଡିଭିଜନର ୪ ମାଓବାଦୀଙ୍କ ଆତ୍ମସମର୍ପଣ । ଅସ୍ତ୍ରଶସ୍ତ୍ର ସହ ଏମାନେ ଗରିଆବନ୍ଧ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମାଓନେତା ଦିପକ ମଣ୍ଡାବୀ, କୈଳାଶଙ୍କ ଆତ୍ମସମର୍ପଣ କରିଛନ୍ତି । ସେହିପରି ମାଓନେତ୍ରୀ ସୁଜାତା ଓ ରଣିତାଙ୍କ ଆତ୍ମସମର୍ପଣ ଅସ୍ତ୍ର ଛାଡ଼ି ମୁଖ୍ୟ ସମାଜର ସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି । ମାଓନେତା ଦିପକ ମଣ୍ଡାବୀଙ୍କ ନାଁରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା ।