କନକ ବ୍ୟୁରୋ : ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ପୀଡ଼ୀତାଙ୍କ ପୁରୁଷବନ୍ଧକୁ ଦୁଷ୍କର୍ମ କରିଥିବା ନେଇ ପୁଲିସର ସୂଚନା । ଘଟଣାରେ ପୀଡ଼ିତାଙ୍କ ପୁରୁଷବନ୍ଧୁଙ୍କୁ ପୁଲିସ ଗିରଫ କରିଛି । ଗିରଫ ୬ ଅଭିଯୁକ୍ତଙ୍କୁ ପାରାନଗଞ୍ଜ ଜଙ୍ଗଲର କାଲାବାଡ଼ି ଶ୍ମଶାନ ନିକଟକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ଦୁର୍ଗାପୁର ନ୍ୟୁଟାଉନ୍ସିପ୍ ଥାନା ପୁଲିସ । ପୀଡ଼ିତାଙ୍କ ଅଭିଯୋଗମୁତାବକ ପୁରୁଷ ବନ୍ଧୁଙ୍କ ସହ ବାହାରକୁ ଯାଇଥିବା ସମୟରେ ସେ ଦୁଷ୍କର୍ମ କରିଥିଲେ। କ୍ରମାଗତ ନିର୍ଯାତନା ଦେବା ସହ ଆକ୍ରମଣ କରିଥିଲା ବୋଲି ପୀଡ଼ିତା କହିଛନ୍ତି । ଆଜି ସକାଳେ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯିବ ବୋଲି ପୁଲିସ କହିଛି ।
ପରୀକ୍ଷା ପାଇଁ ଫରେନ୍ସିକ୍ ଲ୍ୟାବ୍କୁ ଯାଇଛି ଅଭିଯୁକ୍ତଙ୍କ ପୋଷାକ । ସେପଟେ ସମସ୍ତ ଅଭିଯୁକ୍ତଙ୍କର ମିଛଧରା ପରୀକ୍ଷା ହେବ । ଫଳରେ ପୂରା ଘଟଣା ସାମ୍ନାକୁ ଆସିବ । ପୀଡ଼ିତାଙ୍କ ପିତାଙ୍କ ଅଭିଯୋଗ ଆଧାରରେ ପୁରୁଷବନ୍ଧୁକୁ ମୁଖ୍ୟ ଅଭିଯୁକ୍ତ ଭାବେ ପୁଲିସ ଦର୍ଶାଇଛି । ଏଥିସହ ଦୁଷ୍କର୍ମ ସମୟରେ ଅନ୍ୟ ପାଞ୍ଚ ଅଭିଯୁକ୍ତଙ୍କ ଉପସ୍ଥିତି ପ୍ରମାଣିତ ହୋଇଛି ବୋଲି ପୁଲିସ ସ୍ପଷ୍ଟ କରିଛି । ପୀଡ଼ିତା ନିଜ ବୟାନରେ କହିଛନ୍ତି, ତାଙ୍କୁ ଜଙ୍ଗଲରେ ଦୁଷ୍କର୍ମ କରାଯାଇଛି । ସେ ଚିତ୍କାର କରିବାରୁ ଅଭିଯୁକ୍ତମାନେ କହିଥିଲେ, ଯଦି ଚିତ୍କାର କରିବ ସେମାନେ ଆହୁରି ଅଧିକ ଲୋକଙ୍କୁ ଡାକିବେ। ପିଡ଼ିତାଙ୍କ ପୁରୁଷବନ୍ଧୁଙ୍କ ସହ କଲେଜର ସୁରକ୍ଷାକର୍ମୀ, ହସ୍ପିଟାଲରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ସହ ଅନ୍ୟ ତିନି ଅଭିଯୁକ୍ତ ଅଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପୁଲିସ କହିଛି, ଫରେନସିକ ଓ ମେଡିକାଲ ରିପୋର୍ଟକୁ ଅନୁଧ୍ୟାନ କରାଯାଉଛି । ପୀଡିତାଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇଦିଆଯାଇଛି । ପରିବାରକୁ ସୁରକ୍ଷା ଯୋଗାଇ ଦିଆଯିବ । ଯିଏ ଏଥିରେ ସଂପୃକ୍ତ ଥିବ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ।