ସଇତାନ ସ୍ୱାମୀର ବର୍ବରକାଣ୍ଡ: ପିଟିପିଟି ମାରିଦେଲା, ଅଖା ବସ୍ତାରେ ଲୁଚାଇଥିଲା

ପାରିବାରିକ କଳହର କରୁଣ ପରିଣତି । ଷ୍ଟିଲ ରଡ୍‌ରେ ପିଟିପିଟି ସ୍ତ୍ରୀକୁ ମାରିଦେଲା ମଦ୍ୟପ ସ୍ୱାମୀ । ପରେ ମୃତଦେହକୁ ଖଟତଳେ ରଖି ଅଖା ବସ୍ତା ଘୋଡ଼ାଇ ଦେଇଥିଲା ।

31

କନକ ବ୍ୟୁରୋ : ପାରିବାରିକ କଳହର କରୁଣ ପରିଣତି । ଷ୍ଟିଲ ରଡ୍‌ରେ ପିଟିପିଟି ସ୍ତ୍ରୀକୁ ମାରିଦେଲା ମଦ୍ୟପ ସ୍ୱାମୀ । ପରେ ମୃତଦେହକୁ ଖଟତଳେ ରଖି ଅଖା ବସ୍ତା ଘୋଡ଼ାଇ ଦେଇଥିଲା । ପୁଲିସ ଅଭିଯୁକ୍ତ ସ୍ୱାମୀକୁ ବାନ୍ଧି କୋର୍ଟ ଚାଲାଣ କରିବା ସହ ମୃତ ଦେହ ଜବତ କରିଛି । ୧୫ବର୍ଷ ହେଲା ଲରେନ୍ସ ମୁଣ୍ଡା ଓ ସ୍ତ୍ରୀ କୁଳମଣି ମୁଣ୍ଡା ସମ୍ବଲପୁରରେ ରହୁଛନ୍ତି । ଉଭୟେ ଦ୍ୱିତୀୟ ବିବାହ କରିଥିଲେ । ଏମାନଙ୍କ ମଧ୍ୟରେ ସବୁବେଳେ କଳହ ଲାଗିରହୁଥିଲା । 

ଦୁଇଦିନ ତଳେ ନିଜ ଝିଅକୁ ଛୁରୀ ଧରି ଗୋଡ଼ାଇଥିଲା ଲରେନ୍ସ । ସ୍ତ୍ରୀକୁ ମାରିଦେବାକୁ ମଧ୍ୟ ଧମକ ଦେଉଥିଲା । ପ୍ରତିଦିନ ମଦ ପିଇ କୁଳମଣିଙ୍କୁ ମାର୍‌ପିଟ୍‌ କରୁଥିଲା । ଶେଷରେ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ । ପାରିବାରିକ କଳହ ପାଇଁ ଗୋଟିଏ ନିରିହ ଜୀବନ ଦୀପ ଲିଭିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe