କନକ ବ୍ୟୁରୋ : ୨୭ ଦିନ ବିତିଗଲା । ବାହାରେ ଆରାମରେ ବୁଲୁଛନ୍ତି ଚୌଦ୍ୱାର ଜେଲରୁ ଫେରାର ଦୁଇ ମୋଷ୍ଟ ୱାଣ୍ଚେଡ ଅପରାଧୀ । ପୁଲିସ ଏ ଯାଏଁ ସେମାନଙ୍କୁ ଧରିପାରୁନି । ବାହାର ରହି ଏହି କୁଖ୍ୟାତ ବିହାରୀ ଅପରାଧୀ କିଛି ବଡ଼ ଅଘଟଣ ଘଟାଇବା ବି ଆଶଙ୍କା ପ୍ରକାଶ ପାଇଛି ।
ଦଶହରା ରାତିରେ ରାଜ୍ୟର ପ୍ରମୁଖ ଜେଲର କଡ଼ା ସୁରକ୍ଷାବଳୟ ଭେଦି ଫେରାର ହୋଇଯାଇଥିଲେ ଦୁଇ ବିହାରୀ ମୋଷ୍ଟ ୱାଣ୍ଟେଡ । ଏବେ ଜେଲ ବାହାରେ ବିନା ଭୟ ଓ ସଙ୍କୋଚରେ ବୁଲୁଛନ୍ତି ରାଜା ସାହାଣୀ ଓ ମଧୁକାନ୍ତ କୁମାର । ଦୁଇ ବିହାରୀ ମୋଷ୍ଟ ଵାଣ୍ଟେଡ୍ ଅପରାଧୀ ହେଉଛନ୍ତି କୁଖ୍ୟାତ ପୁଲୁ ସିଂହର ଖାସ୍ ସହଯୋଗୀ । ନବେ ଦଶକ ପରଠାରୁ ବିହାରରେ ଆତଙ୍କ ଖେଳାଇଥିବା ପୁଲୁ ସିଂ ଗ୍ୟାଙ୍ଗ୍ ଡକାୟତି ଓ ସୁପାରି କିଲିଂ ପାଇଁ କୁଖ୍ୟାତି ଅର୍ଜିଛି । ଦୁଇ ଫେରାର ଅପରାଧୀ ଏବେ ପଶ୍ଚିମବଙ୍ଗରେ ଲୁଚିଥିବା କୁହାଯାଉଛି । ଦୁଇ ଅପରାଧୀଙ୍କୁ ନେଇ ଉଭୟ କଟକ କମିସନରେଟ୍ ପୁଲିସ ଓ ବିହାର କ୍ରାଇମବ୍ରାଞ୍ଚ ସମେତ ଏସଟିଏଫ୍ ଚିନ୍ତାରେ ପଡ଼ିଯାଇଛି ।
ପାଣିକୋଇଲି ପଣ୍ଡା ଅଳଙ୍କାର ଲୁଟ୍ ଓ ଦୁଇଜଣଙ୍କୁ ଗୁଳି କରି ହତ୍ୟା ଘଟଣାରେ, ରାଜା ଓ ମଧୁକାନ୍ତ ଚୌଦ୍ୱାର ସର୍କଲ ଜେଲ୍ର ହାଇ ସିକ୍ୟୁରିଟି ୱାର୍ଡରେ ଥିଲେ । କଏଦୀଙ୍କୁ ପ୍ରତି ସପ୍ତାହରେ ଅନ୍ୟ ସେଲ୍କୁ ସ୍ଥାନାନ୍ତର କରିବାର ନିୟମ ରହିଛି । କିନ୍ତୁ କାହିଁକି ଉଲ୍ଲଙ୍ଘନ ହେଲା ଓ ଏହା ପଛରେ କିଏ ସେ ନେଇ ପ୍ରଶ୍ନ ଉଠିଛି । ଏପଟେ ଉଭୟ କଏଦୀଙ୍କ ଚମ୍ପଟ ପଛରେ ଅନୁକମ୍ପା ରିହଥିବା ସନ୍ଦେହ କରାଯାଉଛି । ଚୌଦ୍ୱାରର ଅଭାବନୀୟ ଘଟଣା ନେଇ ଦୁଇ ଜେଲ କର୍ମଚାରୀଙ୍କୁ ସସପେଣ୍ଡ କରି ଚୁପ ବସିପଡିଛି ପୁଲିସ । ପ୍ରଶ୍ନ ଉଠୁଛି ୨୭ ଦିନ ପରେ ବି ପୁଲିସ ହାତ ଖାଲି କାହିଁକି ? ବଡବଡିଆଙ୍କୁ ଛୁଟି ଦେଇ ଦୁର୍ଗାପୂଜା ପାଇଁ ଅନୁମତି ଦେଇଥିଲା କିଏ ? ଅପରାଧୀଙ୍କ ଫେରାର ଯୋଜନା ବିଷୟରେ ଜେଲ କର୍ତ୍ତୃପକ୍ଷ ଜାଣିପାରିଲେନି କିଭଳି ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/29/bihari-prisoner-2025-10-29-21-47-22.jpg)