କନକ ବ୍ୟୁରୋ: ମହାରାଷ୍ଟ୍ରର ଲାଗୁରସ୍ଥିତ ଏକ ଶିଶୁ ଆଶ୍ରୟସ୍ଥଳୀରେ ଜଣେ ଏଚ୍ଆଇଭି ସଂକ୍ରମିତା ନାବାଳିକା ଦୁଇ ବର୍ଷ ଧରି ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହେବା ପରେ ତାଙ୍କୁ ଗର୍ଭପାତ କରାଇବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ୧୬ ବର୍ଷୀୟା ନାବାଳିକା ଜଣକ ଥାନାରେ ଅଭିଯୋଗ କରିଛନ୍ତି ଯେ, ୨୦୨୩ ଜୁଲାଇ ୧୩ରୁ ଚଳିତ ବର୍ଷ ଜୁଲାଇ ୨୩ ମଧ୍ୟରେ ଏଚ୍ଆଇଭି ସଂକ୍ରମିତ ଶିଶୁଙ୍କ ଆଶ୍ରୟସ୍ଥଳୀ ‘ସେବାଳୟ’ରେ ଜଣେ କର୍ମଚାରୀ ତାଙ୍କୁ ୪ ଥର ଦୁଷ୍କର୍ମ କରିଥିଲେ ।
ଅସୁସ୍ଥ ହେବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ସେ ୪ ମାସର ଗର୍ଭବତୀ ଅଛନ୍ତି । ଏହାପରେ ଅଭିଯୁକ୍ତ ଜଣେ ଡାକ୍ତରଙ୍କୁ ଅଣାଇ ନାବାଳିକାଙ୍କ ବିନା ଅନୁମତିରେ ଗର୍ଭପାତ କରାଇଥିଲେ ବୋଲି ଜଣେ ଅଧିକାରୀଙ୍କ ବୟାନ ଦେଇ ଏକ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି । ଏଥିସହ କାହାକୁ ଏକଥା ପ୍ରକାଶ ନ କରିବାକୁ ତାଙ୍କୁ ଧମକ ଦିଆଯାଇଥିଲା । ଏହାପରେ ନାବାଳିକା ଜଣକ ଅଧିକାରୀଙ୍କୁ ଚିଠି ଲେଖି ଅଭିଯୋଗ ବାକ୍ସରେ ପକାଇଥିଲେ । ତେବେ ଅନୁଷ୍ଠାନ କର୍ତ୍ତୃପକ୍ଷ ତାଙ୍କୁ ସାହାଯ୍ୟ ନ କରି ଚିଠି ଫାଡ଼ି ଦେଇଥିଲେ । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ସେବାଳୟର ପ୍ରତିଷ୍ଠାତା ରବି ବାପତଲେ, ଅଧୀକ୍ଷକ ରଚନା ବାପତଲେ ଓ କର୍ମଚାରୀ ଅମିତ ମହାମୁନି ଓ ପୂଜା ୱାଘିମାରେ ଅଛନ୍ତି । ଏହାର ୱେବସାଇଟ୍ ଅନୁଯାୟୀ, ସେବାଳୟରେ ୨୩ ଜଣ ପୁଅ ଓ ୭ ଜଣ ଝିଅ ରହୁଛନ୍ତି, ଯେଉଁମାନେ ସମସ୍ତେ ଏଚ୍ଆଇଭି ସଂକ୍ରମିତ ଅଟନ୍ତି । ଅନୁଷ୍ଠାନର ସମସ୍ତ କର୍ମଚାରୀ ମାଗଣାରେ କାମ କରୁଛନ୍ତି ବୋଲି ୱେବସାଇଟ୍ରେ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/07/27/35-2025-07-27-11-22-53.jpg)