ଦିଲ୍ଲୀ କାର ବିସ୍ଫୋରଣ: ତଦନ୍ତକାରୀ ଏଜେନ୍ସି ହାତରେ ଲାଗଛି ବଡ଼ ସୁରାଗ

ଆତଙ୍କୀଙ୍କ ଟାର୍ଗେଟରେ ଥିଲା ଦିଲ୍ଲୀର ସବୁଠୁ ଜନଗହଳୀପୂର୍ଣ୍ଣ ସ୍ଥାନ । ୬ ଟି ପର୍ଯ୍ୟାୟରେ ୩୨ ସ୍ଥାନରେ ବିସ୍ଫୋରଣ କରିବାକୁ କରାଯାଇଥିଲା ଯୋଜନା ।

2025-11-11T025157Z_188373435_RC2

Delhi Blast Photograph: (kanaknews)

କନକ ବ୍ୟୁରୋ: ଦିଲ୍ଲୀ କାର ବିସ୍ଫୋରଣକୁ ନେଇ ତଦନ୍ତକାରୀ ଏଜେନ୍ସି ହାତରେ ଲାଗଛି ବଡ଼ ସୁରାଗ । ଆତଙ୍କୀଙ୍କ ଟାର୍ଗେଟରେ ଥିଲା ଦିଲ୍ଲୀର ସବୁଠୁ ଜନଗହଳୀପୂର୍ଣ୍ଣ ସ୍ଥାନ । ୬ ଟି ପର୍ଯ୍ୟାୟରେ ୩୨ ସ୍ଥାନରେ ବିସ୍ଫୋରଣ କରିବାକୁ କରାଯାଇଥିଲା ଯୋଜନା । ଦିଲ୍ଲୀର ୬ ଟି ସ୍ଥାନ ସମେତ ଦେଶ ୩୨ ଟି ସ୍ଥାନରେ ଆକ୍ରମଣ ପାଇଁ ଯୋଜନା ହୋଇଥିଲା । ଏବଂ ୩୨ ଟି ସ୍ଥାନରେ ଆକ୍ରମଣ ପାଇଁ ୩୨ରୁ ଅଧିକ ଭିନ୍ନ ଭିନ୍ନ କାର ଚୟନ କରାଯାଇଥିଲା । ଯେଉଁଥିରେ ମାରୁତି ସୁଜୁକି ବ୍ରିଜା, ମାରୁତି ସ୍ୱିଫ୍ଟ ଡିଜାୟାର ଏବଂ ଫୋର୍ଡ, ଇକୋସ୍ପୋର୍ଟ୍ସ ଭଳି କାର ଚୟନ କରାଯାଇଥିଲା । ବ୍ରାବ୍ରୀ ମସଜିଦ୍ ଭଙ୍ଗା ଦିବସ ଡିସେମ୍ବର ୬ରେ ଆକ୍ରମଣ ପାଇଁ ଯୋଜନା କରାଯାଇଥିଲା । ବିସ୍ଫୋରଣ ସମ୍ପର୍କରେ ତଦନ୍ତ କରୁଥିବା ଅଧିକାରୀମାନେ ଏନେଇ ସୂଚନା ଦେଇଛନ୍ତି । ଆସନ୍ତୁ ନଜର ପକାଇବା କିପରି ହୋଇଥିଲା ଆତଙ୍କୀ ଆକ୍ରମଣ ପାଇଁ ପ୍ଲାନିଂ ଏବଂ ଏସମ୍ପର୍କିତ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ବିଷୟରେ...

ଏନଆଇଏ ହାତରେ ଲାଗିଲା ଆତଙ୍କୀ ଡାକ୍ତର ଉମର ଓ ମୁଜାମିଲର ଡାଏରି, ଡାଏରିରେ ବିସ୍ଫୋରଣ ଷଡଯନ୍ତ୍ରର ବ୍ଲୁ-ପ୍ରିଣ୍ଟ

ଡିସେମ୍ବର ୬ରେ ହୋଇଥାନ୍ତା ବଡ଼ ଆକ୍ରମଣ
ଦିଲ୍ଲୀର ୩୨ଟି ସ୍ଥାନରେ ବିସ୍ଫୋରଣ ପାଇଁ ହୋଇଥିଲା ଯୋଜନା
ଆତଙ୍କୀଙ୍କ ଟାର୍ଗେଟ୍‌ରେ ଥିଲା ଦିଲ୍ଲୀ ସମେତ ବଡ଼ ବଡ଼ ସହର
୬ ଟି ପର୍ଯ୍ୟାୟରେ ୩୨ ସ୍ଥାନରେ ବିସ୍ଫୋରଣ ପ୍ଲାନିଂ ହୋଇଥିଲା
ଦିଲ୍ଲୀର ୬ ଟି ସ୍ଥାନ ସମେତ ଦେଶ ୩୨ ଟି ସ୍ଥାନରେ ଆକ୍ରମଣ ପାଇଁ ଯୋଜନା ହୋଇଥିଲା
୩୨ ଟି ସ୍ଥାନରେ ଆକ୍ରମଣ ପାଇଁ ୩୨ରୁ ଅଧିକ ଭିନ୍ନ ଭିନ୍ନ କାର ଚୟନ କରାଯାଇଥିଲା
କାର ଭିତରେ ମାରୁତି ସୁଜୁକି ବ୍ରିଜା, ମାରୁତି ସ୍ୱିଫ୍ଟ ଡିଜାୟାର ଏବଂ ଫୋର୍ଡ, ଇକୋସ୍ପୋର୍ଟ୍ ଥିଲା
ବାବ୍ରି ମସଜିଦ୍ ଭଙ୍ଗା ଦିବସ ଡିସେମ୍ବର ୬ରେ ଆକ୍ରମଣ ପାଇଁ ଯୋଜନା କରାଯାଇଥିଲା
ବିସ୍ଫୋରଣ ସମ୍ପର୍କରେ ତଦନ୍ତ କରୁଥିବା ଅଧିକାରୀମାନେ ଏନେଇ ସୂଚନା ଦେଇଛନ୍ତି
‘ପ୍ରତିଶୋଧ’ ପାଇଁ ଏଭଳି ଆକ୍ରମଣ ଯୋଜନା କରିଥିଲେ ଆତଙ୍କବାଦୀ
୩୨ ଟି କାରରୁ ୪ଟି ଗାଡ଼ି ବଛା ସରିଥିଲା
ଚୟନ ହୋଇଥିବା କାରଗୁଡ଼ିକ ପୁରୁଣା ଏବଂ ବାରମ୍ବାର ବିକ୍ରି ହୋଇଥିଲା
ଫଳରେ କାରକୁ ଟ୍ରାକ୍‌ କରିବା ପୁଲିସ ପାଇଁ କଷ୍ଟକର ହୋଇଥିଲା
ବ୍ରିଜା କାରଟି ହରିୟାଣାର ଫରିଦାବାଦରୁ ମିଳିଛି 
ଆଲ୍‌-ଫଲାହ ସ୍କୁଲ ଅଫ୍‌ ମେଡିକାଲ ସାଇନ୍ସେସ୍‌ କ୍ୟାମ୍ପସରେ ଥିଲା କାର
ଯାହା ଆତଙ୍କବାଦୀମାନଙ୍କର କାର୍ଯ୍ୟକଳାପର କେନ୍ଦ୍ରବିନ୍ଦୁ ପାଲଟିଛି
ଲାଲ୍‌ ଫୋର୍ଡ ଇକୋସ୍ପୋର୍ଟ ବିସ୍ଫୋରକ ସାମଗ୍ରୀ ପରିବହନ କରୁଥିଲା
ବୁଧବାର ରାତିରେ ହରିୟାଣାର ଫରିଦାବାଦ୍‌ରୁ ପରିତ୍ୟକ୍ତ ଅବସ୍ଥାରେ ମିଳିଛି କାର
କାରରେ ଥିବା ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ
ସୁଇଫ୍ଟ ଡିଜାୟାର କାରକୁ ସୋମବାର ଜବତ କରାଯାଇଥିଲା
ଏହି ଗାଡ଼ିରୁ ରାଇଫଲ୍‌ ଏବଂ ଗୁଳିଗୋଳା ଜବତ କରାଯାଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe