ଧନୀ ଅଞ୍ଚଳରେ ଲୁଟେରାଙ୍କ ଆତଙ୍କ, ଲୁଟି ନେଲେ ୫ କୋଟି ଟଙ୍କାର ସୁନା ସହ ନଗଦ ୮ଲକ୍ଷ ଟଙ୍କା

Advertisment

ସୁରକ୍ଷା କର୍ମୀ ବି ଜଗିଥିଲେ। ଏହାରି ଭିତରେ ଅଚାନକ ପଶି ଆସିଥିଲେ ସସଶନ୍ତ୍ର ଡକାୟତ। ବନ୍ଧୁକ ମୁନରେ ଖଣି ଖାଦାନ ଭରା ଧନୀ ଅଂଚଳ ବଡବିଲର ମହାରାଷ୍ଟ୍ର ବ୍ୟାଙ୍କ ଶାଖାରୁ ଲୁଟିଥିଲେ ।

ସୁରକ୍ଷା କର୍ମୀ ବି ଜଗିଥିଲେ। ଏହାରି ଭିତରେ ଅଚାନକ ପଶି ଆସିଥିଲେ ସସଶନ୍ତ୍ର ଡକାୟତ। ବନ୍ଧୁକ ମୁନରେ ଖଣି ଖାଦାନ ଭରା ଧନୀ ଅଂଚଳ ବଡବିଲର ମହାରାଷ୍ଟ୍ର ବ୍ୟାଙ୍କ ଶାଖାରୁ ଲୁଟିଥିଲେ ।

36

loot Photograph: (kanak news)

କନକ ବ୍ୟୁରୋ: ପୁଣି ଲୁଟେରାଙ୍କ ଟାର୍ଗେଟ୍‌ରେ ବ୍ୟାଙ୍କ। ସ୍ପଷ୍ଟ ଦିବାଲୋକରେ ଗ୍ରାହକଙ୍କ ଭିଡ଼ ଭିତରୁ ଲୁଟି ନେଲେ ଟଙ୍କା ଓ ସୁନା। କେନ୍ଦୁଝର ବଡ଼ବିଲ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରରୁ ଲୁଟ୍‌ ହୋଇଛି। ୬ ଜଣ ଦୁର୍ବୃତ୍ତ ଗ୍ରାହକ ବେଶରେ ଆସି ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟି ନେଇଛନ୍ତି ୫ କୋଟିର ସୁନା ଓ ନଗଦ ଟଙ୍କା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ଲୁଟେରାଙ୍କ ଟାର୍ଗେଟ୍‌ରେ ଧନୀ ଅଞ୍ଚଳର ବ୍ୟାଙ୍କ
ନେଇଗଲେ ୫ କୋଟିର ସୁନା ଅଳଙ୍କାର

ବ୍ୟାଙ୍କ ଭିତରେ ଗ୍ରାହକଙ୍କ ଭିଡ ଥିଲା । ସୁରକ୍ଷା କର୍ମୀ ବି ଜଗିଥିଲେ। ଏହାରି ଭିତରେ ଅଚାନକ ପଶି ଆସିଥିଲେ ସସଶନ୍ତ୍ର ଡକାୟତ। ବନ୍ଧୁକ ମୁନରେ ଖଣି ଖାଦାନ ଭରା ଧନୀ ଅଂଚଳ ବଡବିଲର ମହାରାଷ୍ଟ୍ର ବ୍ୟାଙ୍କ ଶାଖାରୁ ଲୁଟିଥିଲେ ।

ସମୟ ପ୍ରାୟ ଦିନ ସାଢ଼େ ୧୨ଟାରୁ ଗୋଟାଏ। ଅଚାନକ ୫ଟି ଗାଡ଼ିରେ ୬ ଜଣ ଗ୍ରାହକ ବେଶରେ ବ୍ୟାଙ୍କକୁ ପଶିଥିଲେ। ପୂରା ଫିଲ୍ମ ଷ୍ଟାଇଲରେ ପ୍ରଥମେ ବନ୍ଦ କରିଥିଲେ ବ୍ୟାଙ୍କର ମେନ୍ ଗେଟ୍‌। କେହି କିଛି ବୁଝିବା ପୂର୍ବରୁ ମ୍ୟାନେଜରଙ୍କ ପାଖକୁ ପଳାଇ ଯାଇଥିଲେ ଜଣେ ଦୁର୍ବୃତ୍ତ। ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗ୍ରାହକଙ୍କୁ ଏକ ଘରେ ରଖି ତାଲା ପକାଇ ଦେଲେ। ୫ କୋଟିରୁ ଅଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୮ ଲକ୍ଷ ଟଙ୍କା ନେଇ ଫେରାର ହୋଇଗଲେ। ଦୁର୍ବୃତ୍ତମାନଙ୍କ ମଧ୍ୟରୁ କିଛି ଓଡ଼ିଆ ଓ ଆଉ କିଛି ହିନ୍ଦିରେ କଥା ହେଉଥିଲେ।  

ପୂର୍ବରୁ ମଧ୍ୟ ରାଜ୍ୟର ଅନେକ ବ୍ୟାଙ୍କରୁ ହୋଇଛି ଲୁଟ୍‌। ନଜର ପକାନ୍ତୁ କିଛି ବଡ଼ ବ୍ୟାଙ୍କ ଲୁଟ୍‌ ଘଟଣା ଉପରେ। 
୩ ଜାନୁଆରି ୨୦୨୫
ସମ୍ବଲପୁର ବୁଢ଼ାରାଜା ସ୍ଥିତ ମଣପୁରମ୍‌ ଗୋଲ୍ଡ ଲୋନ୍‌ରେ ଲୁଟ୍‌। ୨୮ କେଜି ୫ ଶହ ଗ୍ରାମ ସହ ପାଖାପାଖି ୪ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। 
୨୭ ଅକ୍ଟୋବର ୨୦୨୩
ବାଲେଶ୍ବର ଜଳେଶ୍ବର ଅଞ୍ଚଳରୁ ହୋଇଥିଲା ଲୁଟ୍‌। ବନ୍ଧୁକଧାରୀ ଦୁର୍ବୃତ୍ତ ବ୍ୟାଙ୍କରେ ପଶି ଲୁଟି ନେଇଥିଲେ ୧୫ ଲକ୍ଷ ଟଙ୍କା।
୪ ସେପ୍ଟେମ୍ବର ୨୦୨୧
ଗ୍ରାହକ ବେଶରେ ଆସି ଢେଙ୍କାନାଳ ମଣପୁରମ୍‌ ବ୍ୟାଙ୍କ ଶାଖାରୁ ୮ ଲକ୍ଷ ଟଙ୍କା ଲୁଟ୍‌ କରିଥିଲେ ଦୁର୍ବୃତ୍ତ
୨୮ ସେପ୍ଟେମ୍ବର ୨୦୧୬
ଭୁବନେଶ୍ବର ୟୁକୋ ବ୍ୟାଙ୍କରେ ପଶିଥିଲେ ୫ ଜଣ ସଶସ୍ତ୍ର ଡକାୟତ। କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୧୩ ଲକ୍ଷ ଟଙ୍କା ସହ ୭ କିଲୋ ସୁନା ନେଇ ଫେରାର ହୋଇଯାଇଥିଲେ । 

ଦିନ ଦ୍ବିପହରେ ବ୍ୟାଙ୍କକୁ ଟାର୍ଗେଟ୍‌ କରୁଛନ୍ତି ଦୁର୍ବୃତ୍ତ । ପୋଲିସକୁ ଚ୍ୟାଲେଞ୍ଜ କରି ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା ଓ ସୁନା ଗହଣା । ବଡ କଥା ହେଉଛି ଏବେ ଧନୀ ବ୍ୟାଙ୍କ ଦେଖି ଟାର୍ଗେଟ୍‌ କରୁଛନ୍ତି କି ଲୁଟେରା ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe