କନକ ବ୍ୟୁରୋ: ଗଞ୍ଜାମ ଭଞ୍ଜବିହାରରେ ତୀବ୍ର ହେଉଛି ଛାତ୍ର-ଅଣଛାତ୍ର ବିବାଦ । ଛାତ୍ର-ଅଣଛାତ୍ର ମୁହାଁମୁହିଁ ହେବା ପରେ ରାତିରେ ଥାନା ଘେରାଉ । ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସମେତ ଶତାଧିକ ସମର୍ଥକ ଗୋପାଳପୁର ଥାନା ଘେରାଉ କରିଛନ୍ତି । କିଛି ଛାତ୍ର ଗତକାଲି ରାତିରେ ଗୋପାଳପୁର ଥାନାରେ ଅଭିଯୋଗ ଦେବାକୁ ଯାଇଥିଲେ । ଏହି ସମୟରେ ବିଜେପି ଯୁବ ନେତା ସଭାପତି ଶିବ ନାୟକ ଓ ଋତୁନ ପାତ୍ର ଥାନାରେ ସେମାନଙ୍କୁ ଧମକ ଚମକ୍ ଦେଇଥିବା ଅଭିଯୋଗରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସମେତ ଶହ ଶହ ତାଙ୍କ ସମର୍ଥକ ମାନେ ଥାନା ଆଗରେ ଧାରଣା ଦେଇଥିଲେ ।
ଗତକାଲି ନୂଆଁଖାଇ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ହଜାରେରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ତେବେ କିଛି ଅଣଛାତ୍ର କ୍ୟାମ୍ପସରେ ପଶିଥିବା ନେଇ ଗୋଟିଏ ଗୋଷ୍ଠୀ ଅଭିଯୋଗ ଆଣିବା ପରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଜଣେ ଛାତ୍ର ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ଚିକିତ୍ସା ନିମନ୍ତେ ସିଟି ହସପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ କ୍ୟାମ୍ପସରେ ପହଂଚିଥିବା ବେଳେ ସ୍ଥିତି ନିୟନ୍ତ୍ରଣରେ ଥିବା ଭିସି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/08/21/8-2025-08-21-10-05-22.jpg)