ଖେଳକୁ ନେଇ ମାରପିଟ୍‌ : ଅଶାନ୍ତ ହେଲା ବିଜେବି କଲେଜ୍

Advertisment

ହାତରେ ରଡ ଧରି ଅଶୋକ ନ୍ୟୁ ଛାତ୍ରାବାସ ପିଲା ଉତ୍ତେଜିତ ହୋଇ ଆସୁଥିବା ବେଳେ ପୁଲିସ୍‌ ପହଞ୍ଚି ସେମାନଙ୍କୁ ଅଟକାଇଥିଲା । ପୁଲିସ୍‌ ଆଗରେ ଉଭୟ ହଷ୍ଟେଲ ପିଲା ସିସିଟିଭି ଦେଖି ବିଶୃଙ୍ଖଳା ସୃଷ୍ଟି କରିଥିବା ଛାତ୍ରମାନଙ୍କୁ ନିଲମ୍ୱନ କରିବା ପାଇଁ ଦାବି ରଖିଥିଲେ

ହାତରେ ରଡ ଧରି ଅଶୋକ ନ୍ୟୁ ଛାତ୍ରାବାସ ପିଲା ଉତ୍ତେଜିତ ହୋଇ ଆସୁଥିବା ବେଳେ ପୁଲିସ୍‌ ପହଞ୍ଚି ସେମାନଙ୍କୁ ଅଟକାଇଥିଲା । ପୁଲିସ୍‌ ଆଗରେ ଉଭୟ ହଷ୍ଟେଲ ପିଲା ସିସିଟିଭି ଦେଖି ବିଶୃଙ୍ଖଳା ସୃଷ୍ଟି କରିଥିବା ଛାତ୍ରମାନଙ୍କୁ ନିଲମ୍ୱନ କରିବା ପାଇଁ ଦାବି ରଖିଥିଲେ

BJP College

BJP College Photograph: (Kanak News)

କନକ ବ୍ୟୁରୋ: ପୁଣି କଲେଜରେ ଗଣ୍ଡଗୋଳ । ବିଳମ୍ବିତ ରାତିରେ ବିଜେବି କଲେଜରେ ଛାତ୍ର ଉତ୍ତେଜନା ଦେଖାଯାଇଛି । ଆମ୍ବେଦକର ହଷ୍ଟେଲ ଓ ଅଶୋକ ନ୍ୟୁ ହଷ୍ଟେଲର ଛାତ୍ରମାନଙ୍କ ମଧ୍ୟରେ ବଚସା ସହ ମାରପିଟ୍ ଦେଖିବାକୁ ମିଳିଛି । ମାରପିଟରେ ଆମ୍ବେଦକର ହଷ୍ଟେଲର ଜଣେ ଛାତ୍ରଙ୍କର ମୁଣ୍ଡ ଫାଟିଛି । ସୂଚନା ଅନୁଯାୟୀ ଅଶୋକ ନ୍ୟୁ ହଷ୍ଟେଲର ଛାତ୍ରମାନେ ରାତିରେ ଭଲି ଖେଳୁଥିଲେ । ଏହାକୁ ଆମ୍ବେଦକର ହଷ୍ଟେଲ ପିଲା ବିରୋଧ କରିଥିଲେ ।

ପରେ ପରେ ଦୁଇ ହଷ୍ଟେଲ ପିଲା ପରସ୍ପରକୁ ଆକ୍ରମଣ କରିଥିଲେ । ଆମ୍ବେଦକର ହଷ୍ଟେଲ ପିଲା ଅଶୋକ ନ୍ୟୁ ହଷ୍ଟେଲ ପିଲାଙ୍କ ଗାଡି, ସାଇକେଲ ଭାଙ୍ଗିଥିଲେ । ପରେ ହାତରେ ରଡ ଧରି ଅଶୋକ ନ୍ୟୁ ଛାତ୍ରାବାସ ପିଲା ଉତ୍ତେଜିତ ହୋଇ ଆସୁଥିବା ବେଳେ ପୁଲିସ୍‌ ପହଞ୍ଚି ସେମାନଙ୍କୁ ଅଟକାଇଥିଲା । ପୁଲିସ୍‌ ଆଗରେ ଉଭୟ ହଷ୍ଟେଲ ପିଲା ସିସିଟିଭି ଦେଖି ବିଶୃଙ୍ଖଳା ସୃଷ୍ଟି କରିଥିବା ଛାତ୍ରମାନଙ୍କୁ ନିଲମ୍ୱନ କରିବା ପାଇଁ ଦାବି ରଖିଥିଲେ । ପୁଲିସ୍‌ ବୁଝାସୁଝା କରିବା ପରେ କ୍ୟାମ୍ପସ କିଛି ମାତ୍ରାରେ ଶାନ୍ତ ପଡ଼ିଛି । ସୁରକ୍ଷା ଦୃଷ୍ଠିରୁ କ୍ୟାମ୍ପସରେ ବ୍ୟାପକ ପୁଲିସ୍‌ ମୁତୟନ ହୋଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe