କନକ ବ୍ୟୁରୋ: ପୁଣି କଲେଜରେ ଗଣ୍ଡଗୋଳ । ବିଳମ୍ବିତ ରାତିରେ ବିଜେବି କଲେଜରେ ଛାତ୍ର ଉତ୍ତେଜନା ଦେଖାଯାଇଛି । ଆମ୍ବେଦକର ହଷ୍ଟେଲ ଓ ଅଶୋକ ନ୍ୟୁ ହଷ୍ଟେଲର ଛାତ୍ରମାନଙ୍କ ମଧ୍ୟରେ ବଚସା ସହ ମାରପିଟ୍ ଦେଖିବାକୁ ମିଳିଛି । ମାରପିଟରେ ଆମ୍ବେଦକର ହଷ୍ଟେଲର ଜଣେ ଛାତ୍ରଙ୍କର ମୁଣ୍ଡ ଫାଟିଛି । ସୂଚନା ଅନୁଯାୟୀ ଅଶୋକ ନ୍ୟୁ ହଷ୍ଟେଲର ଛାତ୍ରମାନେ ରାତିରେ ଭଲି ଖେଳୁଥିଲେ । ଏହାକୁ ଆମ୍ବେଦକର ହଷ୍ଟେଲ ପିଲା ବିରୋଧ କରିଥିଲେ ।

Advertisment

ପରେ ପରେ ଦୁଇ ହଷ୍ଟେଲ ପିଲା ପରସ୍ପରକୁ ଆକ୍ରମଣ କରିଥିଲେ । ଆମ୍ବେଦକର ହଷ୍ଟେଲ ପିଲା ଅଶୋକ ନ୍ୟୁ ହଷ୍ଟେଲ ପିଲାଙ୍କ ଗାଡି, ସାଇକେଲ ଭାଙ୍ଗିଥିଲେ । ପରେ ହାତରେ ରଡ ଧରି ଅଶୋକ ନ୍ୟୁ ଛାତ୍ରାବାସ ପିଲା ଉତ୍ତେଜିତ ହୋଇ ଆସୁଥିବା ବେଳେ ପୁଲିସ୍‌ ପହଞ୍ଚି ସେମାନଙ୍କୁ ଅଟକାଇଥିଲା । ପୁଲିସ୍‌ ଆଗରେ ଉଭୟ ହଷ୍ଟେଲ ପିଲା ସିସିଟିଭି ଦେଖି ବିଶୃଙ୍ଖଳା ସୃଷ୍ଟି କରିଥିବା ଛାତ୍ରମାନଙ୍କୁ ନିଲମ୍ୱନ କରିବା ପାଇଁ ଦାବି ରଖିଥିଲେ । ପୁଲିସ୍‌ ବୁଝାସୁଝା କରିବା ପରେ କ୍ୟାମ୍ପସ କିଛି ମାତ୍ରାରେ ଶାନ୍ତ ପଡ଼ିଛି । ସୁରକ୍ଷା ଦୃଷ୍ଠିରୁ କ୍ୟାମ୍ପସରେ ବ୍ୟାପକ ପୁଲିସ୍‌ ମୁତୟନ ହୋଇଛନ୍ତି ।