Crime Infront of Assembly Photograph: (Kanak News)
କନକ ବ୍ୟୁରୋ: ବିଧାନସଭା ସାମ୍ନାରେ ବୁଲିଲା ଖଣ୍ଡା । ବଟି ମାଗି ଯୁବକ କରୁଛନ୍ତି ଦାଦାଗିରି । ବିଚ୍ ରାସ୍ତାରେ ମହିଳା ଦୋକାନୀଙ୍କୁ ଖଣ୍ଡାରେ ଆକ୍ରମଣ । ବଟି ନ ଦେଲେ ମାରି ଦେବାର ଧମକ ଦେଉଛନ୍ତି ଦୃର୍ବୃତ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ବିଧାନସଭା ସାମ୍ନାରେ ଥିବା ଆଇଜି ପାର୍କ ପାଖରେ । ଜଣେ ମହିଳା ଖାଦ୍ୟ ଷ୍ଟଲ୍ କରି ମଧ୍ୟାହ୍ନ ଭୋଜନ ବିକ୍ରି କରୁଥିବା ବେଳେ ହଠାତ୍ ଜଣେ ଦୁର୍ବୃତ୍ତ ଆସି ତାଙ୍କୁ ବଟି ମାଗିଥିଲା । ମହିଳା ଜଣଙ୍କ ବଟି ଦେବାକୁ ମନା କରିବାରୁ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଖଣ୍ଡା ତାଙ୍କୁ ଆକ୍ରମଣ କରିଥିଲା ।
ଜାଳିଦେଲା ଅବ୍ୟବସ୍ଥାର ନିଆଁ ! ନଷ୍ଟ ହୋଇଗଲା ୮ ଏକର ଜମିର ଫସଲ
ତେବେ କୌଣସି ମତେ ମହିଳା ଜଣଙ୍କ ଜୀବନ ବଞ୍ଚାଇବାକୁ ପ୍ରୟାସ କରିଥିଲେ । ପାଟିଶୁଣି ସାଧାରଣ ଲୋକ ରୁଣ୍ଡ ହୋଇଯିବାରୁ ଦୃର୍ବୁତ୍ତକୁ ତାଙ୍କ ସମ୍ପର୍କୀୟମାନେ ଉଠାଇ ନେଇଥିଲେ । ତେବେ ହାଇ ସିକୁ୍ରିଟି ଅଞ୍ଚଳରେ ଏଭଳି ଘଟଣାକୁ ନେଇ ଉଠିଛି ପ୍ରଶ୍ନ ।
Follow Us