କନକ ବ୍ୟୁରୋ : କ୍ରାଇମବ୍ରାଞ୍ଚ ହାତକୁ ଗଲା ଛାତ୍ରୀଙ୍କ ଆତ୍ମହୁତି ଘଟଣା । ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଘଟଣା ଉପରୁ ହଟିବ ପରଦା । ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ହେବ । ଏହି ଘଟଣାରେ ଯେକେହିବି ଦୋଶି ଥିବେ ସେ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶା ରହିଛି ।
ତେବେ ତଦନ୍ତ କରିବ ମହିଳା ଓ ଶିଶୁ ବିରୋଧୀ ଅପରାଧ ଶାଖା । ଡିଏସ୍ପି ଇମାନ କଲ୍ୟାଣ ନାୟକଙ୍କୁ ତଦନ୍ତ ଭାର ଦିଆଯାଇଛି । ତଦନ୍ତ ଦାୟିତ୍ୱ ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ତଦନ୍ତ ଅଧିକାରୀଙ୍କୁ ସହଯୋଗ କରିବେ ଇନ୍ସପେକ୍ଟର ପାଞ୍ଚାଳି ରାଉତ ।
ସୂଚନା ଅନୁଯାୟୀ, ଏହି ମାମଲାରେ ଦୁଇଜଣିଆ କମିଟି ତଦନ୍ତ କରିବେ । ପୂର୍ବରୁ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ କରୁଥିଲା କ୍ରାଇମବ୍ରାଞ୍ଚ । ମାମଲାକୁ ଅନୁଧ୍ୟାନ କରୁଥିଲା । ଆଉ ଏବେ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ ବୋଲି ବିଧିବଦ୍ଧ ନିର୍ଦ୍ଦେଶ ଆସିଛି ।