ରାଜା ରଘୁବଂଶୀ ହତ୍ୟାକାଣ୍ଡ : ନାଳରୁ ମିଳିଲା ସୋନମ ରଘୁବଂଶୀର ଲାପଟପ୍ ଏବଂ ପିସ୍ତଲ

ଆଜି ସକାଳୁ ହିଁ ପୁଲିସ ସୋନମର ଲାପଟପ୍ ଖୋଜିବାରେ ଲାଗିଥିଲା । ଗତ ୨ ଦିନ ହେଲାଣି ପୁଲିସ ଓ କ୍ରାଇମ୍ ବ୍ରାଞ୍ଚ ମିଳିତ ଭାବେ ସୋନମ ରଘୁବଂଶୀର ଲାପଟପ୍ ଖୋଜିବାରେ ଲାଗିଥିଲେ ।

Laptop

Laptop Photograph: (google)

କନକ ବ୍ୟୁରୋ : ରାଜା ରଘୁବଂଶୀ ହତ୍ୟା ମାମଲାରେ ପୁଲିସକୁ ଆଉ ଏକ ପ୍ରମାଣ ମିଳିଛି । ଇନ୍ଦୋରର ଏକ ନାଳ ଭିତରୁ ସୋନମର ଲାପଟପ୍ ମିଳିଛି । ଆଜି ସକାଳୁ ହିଁ ପୁଲିସ ସୋନମର ଲାପଟପ୍ ଖୋଜିବାରେ ଲାଗିଥିଲା । ଗତ ୨ ଦିନ ହେଲାଣି ପୁଲିସ ଓ କ୍ରାଇମ୍ ବ୍ରାଞ୍ଚ ମିଳିତ ଭାବେ ସୋନମ ରଘୁବଂଶୀର ଲାପଟପ୍ ଖୋଜିବାରେ ଲାଗିଥିଲେ । ତେବେ ନାଳ ଭିତରୁ କେବଳ ଲାପଟପ୍ ନୁହେଁ ଏକ ପିସ୍ତଲ ମଧ୍ୟ ମିଳିଛି । ରାଜାଙ୍କୁ ଜୀବନରୁ ମାରିବା ପାଇଁ ପ୍ରଥମେ ଏହି ପିସ୍ତଲ କିଣିଥିଲେ ଅପରାଧୀ । 

sonam-raghuvanshi
sonam-raghuvanshi Photograph: (google)

ସୂଚନା ଅନୁସାରେ ଇନ୍ଦୋରରେ ସକାଳୁ ସକାଳୁ ହିଁ ଏକ ନାଳ ଭିତରକୁ ତନ୍ନ ତନ୍ନ ଖୋଜିବାରେ ଲାଗିଥିଲେ ପୁଲିସ ଟିମ୍ । ଅପରାଧୀ ସିଲୋମ ନାଳ ଭିତରୁ ଲାପଟପ୍ ଖୋଜି ଆଣିଥିବା କଥା ସୂତ୍ରରୁ ଜାଣିବାକୁ ମିଳୁଛି । ତେବେ ବୁଧବାର କ୍ରାଇମବ୍ରାଞ୍ଚ୍ ଥାନା ଏବଂ ଶିଲଂ SIT ତିନି ଅପରାଧୀ (ଲୋକେନ୍ଦ୍ର , ସିଲୋମ ଏବଂ ବଲ୍ଲୁ)କୁ ସାମ୍ନାସାମ୍ନି କରାଇଥିଲେ । ୩ ଜଣଙ୍କୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରୁଛି ପୁଲିସ । ତେବେ ଏପର୍ଯ୍ୟନ୍ତ ରାଜାଙ୍କ ସୁନାଚେନ୍ ଏବଂ ମଙ୍ଗଳସୂତ୍ର ବିଷୟରେ କିଛି ସୂଚନା ମିଳିପାରିନାହିଁ । ଏହାସହ ଯେଉଁ ରହସ୍ୟମୟୀ ବ୍ୟାଗ୍ ଭିତରୁ ୫ ଲକ୍ଷ ଟଙ୍କା ବାହାରିଥିଲା ତାହାର ମଧ୍ୟ କିଛି ସୂଚନା ମିଳୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe