କନକ ବ୍ୟୁରୋ : ମୁମ୍ୱାଇ, ବାଙ୍ଗାଲୁରୁ, ଦିଲ୍ଲୀ ପରେ ଏଲ.ଏସ୍.ଡିକୁ ନେଇ ଚର୍ଚ୍ଚାରେ ଭୁବନେଶ୍ୱର । ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନ.ସି.ବିର ରେଡ୍ ବେଳେ ପାଇଛି ଦେଢ ଲକ୍ଷ ଟଙ୍କାର ସିନ୍ଥେଟିକ୍ ଡ୍ରଗ୍ସ । ଦେଶ ବାହାରୁ ୨୩ ବର୍ଷିୟ ଇଂଜିନିୟରିଂ ଛାତ୍ର ପାଖକୁ ପାର୍ସଲ ଆସିବା ବେଳେ, ବନ୍ଧା ହୋଇଛନ୍ତି ଯୁବକ । ଅଭିଯୁକ୍ତ ଆର୍ଯ୍ୟମାନ ପଟ୍ଟନାୟକକୁ ଗିରଫ ପରେ, ଏଲ.ଏସ୍.ଡି ସହ ଭୁବନେଶ୍ୱର ଲିଙ୍କର ଭଣ୍ଡାଫୋଡ ହୋଇଛି । ଆର୍ଯ୍ୟମାନ ନିଜ ପରିବାର ସହ ଭୁବନେଶ୍ୱରରେ ରୁହନ୍ତି । ହେଲେ ଦିଲ୍ଲୀ ଗ୍ରେଟର ନୋୟଡାର ଏକ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଛନ୍ତି । ଅନ୍ୟପକ୍ଷରେ ସିନ୍ଥେଟିକ ଡ୍ରଗ୍ସ ଖୋଲା ବଜାରରେ ବିକ୍ରି ହେଉଥିବାର କଥା ପ୍ରଥମ ଥର ପାଇଁ ସାମନାକୁ ଆସିଛି । 

Advertisment

କଣ ଏହି ଏଲ୍.ଏସ୍.ଡି
ଏଲ୍.ଏସ୍.ଡି ବା ଲାଇସରଜିକ ଏସିଡ୍ ଡାଇଥାଇଲାମାଇଡ୍ । ସିନ୍ଥେଟିକ୍ ଡ୍ରଗ୍ସ ଭାବେ ଜଣା ଶୁଣା । ଛୋଟ ପେପର ଆକୃତିର ଦେଖିବାକୁ ଏହି ନିଶା ଅତ୍ୟନ୍ତ ଭୟଙ୍କର । ଏହି ଚିପ୍ ଭଳି ଦେଖା ଯାଉଥିବା ନିଶାକୁ ଜିଭରେ ରଖିବା ପରେ, ମଣିଷନିଜର ନିୟନ୍ତ୍ରଣ ହରାଇ ବସେ । ସଙ୍ଗେ ସଙ୍ଗେ ଝାଳ ବାହାରିବା, ନିଦ ନ ହେବା, ଭୋକ ନଲାଗିବା ଭଳି ବିଭିନ୍ନ ସମସ୍ୟା ଦେଖିବାକୁ ମିଳେ । ଏକାଧିକ ଥର ବ୍ୟବହାର କରିବା ଦ୍ୱାରା ରକ୍ତଚାପ, ହୃଦଘାତ ମଧ୍ୟ ହୋଇପାରେ । ଏହି ମାରାତ୍ମକ ନିଶା କବଳକୁ କେମିତି ଆସିଲେ ଯୁବପିଢୀ । ବିଦେଶରେ ମିଳୁଥିବା ଏଲଏସଡି କେମିତି ପହଞ୍ଚିଲା ଓଡିଶା। ଏହିଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି ।  

ଏଲ୍.ଏସ୍.ଡି. ପଛରେ କାହାର ହାତ
ବଡ ବଡ କ୍ଲବ ମାନଙ୍କରେ ସିନ୍ଥେଟିକ ଡ୍ରଗ୍ସ ବ୍ୟବହାର କରାଯାଇଥାଏ । ଭୁବନେଶ୍ୱରରୁ ଏହି ମାରାତ୍ମକ ନିଶାର ସୁରାକ ମିଳିବା ପରେ, ବାର, କ୍ଲବ ଏବଂ ପବ୍ ଉପରେ ଏବେ ଏନ୍.ସି.ବିର ନଜର ।