କନକ ବ୍ୟୁରୋ : ପୁଣି ରାଜ୍ୟରେ ଆଉ ଏକ ନାରୀ ନିର୍ଯାତନା ମାମଲା । ଓଡ଼ିଶା ବୁଲିବାକୁ ଆସିଥିବା ଯୁବତୀ ଅସଦାଚରଣର ଶିକାର । ବିରଜା ପୀଠ ଦର୍ଶନ କରି ଫେରୁଥିବା ବେଳେ ଅସଦାଚରଣ । ଦଶରଥପୁର ଥାନା ଭଦ୍ରକ ପଡ଼ିଆରେ ୨ ଯୁବକ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି ।
ନିକଟରେ ଗୋପାଲପୁର ବେଳାଭୂମିରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । କୁହାଯାଉଛି କି, ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ରେ ଦୁଷ୍କର୍ମର ଚିତ୍ର ରହିଛି । ପାଖାପାଖି ଦେଢ଼ ଘଣ୍ଟା ଧରି ଚାଲିଥିଲା ଦୁଷ୍କର୍ମ । ଏନେଇ କ୍ରାଇମବ୍ରାଞ୍ଚ ଡିଜି ବଡ଼ ସୂଚନା ଦେଇଛନ୍ତି । ଏହାସହ ଡିଜିଟାଲ ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ । ଯେତିକି ପ୍ରମାଣ ମିଳିଛି ତାହା ଯଥେଷ୍ଟ ବୋଲି ବି ସେ କହିଛନ୍ତି ।
ରାଜ୍ୟର ମୁଣ୍ଡ ତଳକୁ କରିଛି ଗୋପାଳପୁର ଗଣଦୁଷ୍କର୍ମ ମାମଲା । ଏହି ଘଟଣାକୁ ନେଇ ଓଡ଼ିଶାରୁ ଦିଲ୍ଲୀ ପର୍ଯ୍ୟନ୍ତ ସ୍ୱର ଉଠିଛି । ଏହାରି ଭିତରେ ସାମ୍ନାକୁ ଆସିଛି ୧୭ବର୍ଷ ତଳେ ସେହି ସ୍ଥାନରେ ଘଟିଥିବା ଆଉ ଏକ ଲୋମଟାଙ୍କୁରା କାହାଣୀର ବିଡ଼ମ୍ବିତ ଅଧ୍ୟାୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/06/23/shame-on-jajpur-2025-06-23-15-46-29.jpg)