ବାଲେଶ୍ବରରେ ମହିଳା କର୍ମଚାରୀଙ୍କୁ ଯୌନଶୋଷଣ ଅଭିଯୋଗ, ଆକ୍ସନ ମୋଡ଼ରେ OPHC

Advertisment

ସେଠାରେ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାମ କରୁଥିବା ସୌମ୍ୟକାନ୍ତ ମହାନ୍ତି ବର୍ଷେ ହେବ ଏଭଳି ଶୋଷଣ କରିଚାଲିଛନ୍ତି । ହ୍ବାଟ୍ସଆପ୍‌ରେ ମେସେଜ୍ ଓ କଲ୍ କରି ଅଫିସ ଚାମ୍ବରକୁ ଡାକୁଛନ୍ତି ।

ସେଠାରେ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାମ କରୁଥିବା ସୌମ୍ୟକାନ୍ତ ମହାନ୍ତି ବର୍ଷେ ହେବ ଏଭଳି ଶୋଷଣ କରିଚାଲିଛନ୍ତି । ହ୍ବାଟ୍ସଆପ୍‌ରେ ମେସେଜ୍ ଓ କଲ୍ କରି ଅଫିସ ଚାମ୍ବରକୁ ଡାକୁଛନ୍ତି ।

39

CRIME Photograph: (KANAK NEWS)

କନକ ବ୍ୟୁରୋ: ମହିଳା କର୍ମଚାରୀଙ୍କୁ କର୍ମ କ୍ଷେତ୍ରରେ ସୁରକ୍ଷା ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଅଫିସ୍‌ରେ ହେଲ୍ପ ଡେସ୍କ ରହୁଛି, ମହିଳାଙ୍କ ସମସ୍ୟା ଶୁଣି ସମାଧାନ କରିବାକୁ ସ୍ବତନ୍ତ୍ର କମିଟି ଗଠନ କରାଯାଉଛି । ହେଲେ ଜଣେ ମହିଳା କର୍ମଚାରୀ ଯୌନ ଶୋଷଣର ଶିକାର ହେବା ପରେ ତାଙ୍କ ଅଭିଯୋଗ କେହି ଶୁଣିଲେନି । ଆଉ ଶେଷରେ ନ୍ୟାୟ ନପାଇ ଚାକିରି ଛାଡ଼ିବାକୁ ବାଧ୍ୟହେଲେ ।

ଆହୁରି ପଢ଼ନ୍ତୁ: ମହାନଦୀ ସମସ୍ୟାର ସମାଧାନ କରିବେ କେନ୍ଦ୍ର ସରକାର

ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା । କର୍ମକ୍ଷେତ୍ରରେ ପ୍ରୋଜେକ୍ଟ ମ୍ୟାନେଜର ମାନସିକ ଓ ଯୌନ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ । ଥରେ କି ଦୁଇ ଥର ନୁହେଁ, ବାରମ୍ବାର ଏହିଭଳି ନିର୍ଯାତନା ଦେଇ ଚାଲିଛନ୍ତି ବାବୁ ଜଣକ । ଚିଠି... ଏ ହେଉଛି ସେହି ଅଭିଯୋଗ ପତ୍ର । ଉଚ୍ଚପଦସ୍ଥ ଅଧୀକାରୀଙ୍କ ନାଁରେ ଅଭିଯୋଗ କରି ଫେଲ୍ ମାରିବା ପରେ, ବାଲେଶ୍ବର ସାସଂଦଙ୍କୁ ଚିଠି ଲେଖିଛନ୍ତି ପୀଡ଼ିତା ଜଣକ । ସେଠାରେ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାମ କରୁଥିବା ସୌମ୍ୟକାନ୍ତ ମହାନ୍ତି ବର୍ଷେ ହେବ ଏଭଳି ଶୋଷଣ କରିଚାଲିଛନ୍ତି । ହ୍ବାଟ୍ସଆପ୍‌ରେ ମେସେଜ୍ ଓ କଲ୍ କରି ଅଫିସ ଚାମ୍ବରକୁ ଡାକୁଛନ୍ତି । ନିଶାସକ୍ତ ଅବସ୍ଥାରେ ଅଫିସକୁ ଆସି ପାଖକୁ ଡାକି ଅଶାଳୀନ ବ୍ୟବହାର କରୁଛନ୍ତି । ଏହି ସଙ୍ଗିନ ଅଭିଯୋଗ ପରେ ବି ବାବୁଙ୍କ ବିରୋଧରେ କାର୍ଯାନୁଷ୍ଠାନ କାହିଁକି ହେଉନି ବୋଲି ପ୍ରଶ୍ନ ଉଠାଇଛନ୍ତି ପୀଡ଼ିତାଙ୍କ ସହଯୋଗୀ ।

ଆହୁରି ପଢ଼ନ୍ତୁ: ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୱାଇ ଖେମଚାନ୍ଦ ସିଂହ

ସେପଟେ ଗତ ୧୫ ତାରିଖରେ ଚେୟାରମ୍ୟାନଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ ପୀଡ଼ିତା । ଯାହାକୁ ନେଇ ଆକ୍ସନ ମୋଡକୁ ଆସିଥିଲା ଓପିଏଚଡବ୍ଲ୍ୟୁସି । ପ୍ରିଭେନସନ୍ ଅଫ୍ ସେକ୍ସୁଆଲ ହାରାସମେଣ୍ଟ କମିଟିକୁ ଏହି ଘଟଣା ହସ୍ତାନ୍ତର କରିବା ସହ ଘଟଣାର ଛାନଭିନ୍ ଚାଲିଛି । ଇଣ୍ଟରନାଲ କମ୍ପ୍ଲେନ କମିଟିର ଜଣେ ବରିଷ୍ଠ ମହିଳା ଅଧିକାରୀ ଏହି ଘଟଣାର ଖୋଳତାଡ଼ ଆରମ୍ଭ କରିଛନ୍ତି । ଆବଶ୍ୟକସ୍ଥଳେ ସୌମ୍ୟକାନ୍ତଙ୍କୁ ବି ପଚାରଉଚରା କରାଯିବ । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ମହିଳା ମାନେ ନିର୍ଯାତନାର ଶିକାର ହେଉଛନ୍ତି । ଲୋକଲଜ୍ଜା ଭୟରେ ସାମ୍ନାକୁ ଆସୁ ନାହାଁନ୍ତି କି ଅଭିଯୋଗ କରୁନାହାଁନ୍ତି । ଯେଉଁଥିପାଇଁ ଏହି କାମୁକ ଅଫିସର ମାନେ ଉପରମୁହାଁ ହେଉଥିବା ଅଭିଯୋଗ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe