କନକ ବ୍ୟୁରୋ: ରାଜଧାନୀରେ ମହିଳାଙ୍କୁ ଆକ୍ରମଣ । ଜଣେ ଦୁର୍ବୃତ୍ତ ସଂପୃକ୍ତ ମହିଳାଙ୍କୁ ଆକ୍ରମଣ କରିଛି । ଧାରୁଆ କଟୁରିରେ ମହିଳାଙ୍କୁ ୩ ଚୋଟ ପକାଇଛି ଅଭିଯୁକ୍ତ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ବିଳମ୍ବ କଥା ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ଏନେଇ ଉତ୍ୟକ୍ତ ହୋଇ ଡେଲିଭରି ବୟ ଜଣକ ମହିଳାଙ୍କୁ ହାଣିଦେଇଥିବା ଜଣାପଡ଼ିଛି । ସଂପୃକ୍ତ ମହିଳା ଭୁବନେଶ୍ବର ସାମପୁର ଅଞ୍ଚଳର ବିନୋଦିନୀ ରଥ ବୋଲି ଜଣାପଡିଛି । ଗଣ୍ଡଗୋଳ ପରେ ଧାରୁଆ କଟୁରିରେ ହାଣି ଲହୁଲୁହାଣ କରିଛି ଦୁର୍ବୃତ୍ତ । ବିନୋଦିନୀ ରଥ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୁଲିସ ପହଞ୍ଚି ଦୁର୍ବୃତ୍ତକୁ ଅଟକ ରଖିଛି । ମହିଳାଙ୍କ ମୁଣ୍ଡ, ହାତ ଓ ବେକରେ ଗଭୀର ଆଘାତ ଲାଗିଛି ।