ଲାଞ୍ଚ ନେଇ ଗିରଫ ହେଲେ ଆରପିଏଫ ଯବାନ; ୧୫ ହଜାର ଲାଞ୍ଚ ନେବା ବେଳେ ମାଡ଼ିବସିଲା ସିବିଆଇ ଟିମ

ରାଉରକେଲା ସିବିଆଇ ବିଶ୍ରା ଛକ ଠାରେ ବନ୍ଧମୁଣ୍ଡା ଆରପିଏଫ ଥାନାର ଜଣେ ଆରପିଏଫ ଯବାନ ମହମ୍ମଦ ଅସରାରକୁ ସିବିଆଇ ଅଧକାରୀ କାବୁ କରିଛନ୍ତି । ଜଣେ ମହିଳା ବେପାରୀଙ୍କ ଠାରୁ ସେ ୧୫ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ।

RPF jawan arrested

Photograph: (Kanak News)

କନକ ବ୍ୟୁରୋ : ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଲେ ବନ୍ଧମୁଣ୍ଡା ଆରପିଏଫ ଯବାନ । ଜଣେ ବେପାରୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ସିବିଆଇ ଟିମ୍ । ରାଉରକେଲା ସିବିଆଇ ବିଶ୍ରା ଛକ ଠାରେ ବନ୍ଧମୁଣ୍ଡା ଆରପିଏଫ ଥାନାର ଜଣେ ଆରପିଏଫ ଯବାନ ମହମ୍ମଦ ଅସରାରକୁ ସିବିଆଇ ଅଧକାରୀ କାବୁ କରିଛନ୍ତି । ଜଣେ ମହିଳା ବେପାରୀଙ୍କ ଠାରୁ ସେ ୧୫ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି । ଆରପିଏଫ ଯବାନକୁ ସିବିଆଇ ଟିମ ଗିରଫ କରି ରାଉରକେଲା ସିବିଆଇ କାର୍ଯ୍ୟାଳୟକୁ ନେଇଛନ୍ତି ।

ଜେରା ବେଳେ ମହମ୍ମଦ ଅସରା ସିବିଆଇକୁ କହିଛି, ସେ ବନ୍ଧମୁଣ୍ଡା ଆରପିଏଫ ଇନ୍ସପେକ୍ଟର ଅରୁଣ ଟୋକାସଙ୍କ କହିବା ଅନୁସାରେ ମହିଳା ବେପାରୀଙ୍କ ପାଖରୁ ୧୫ ହଜାର ଟଙ୍କା ନେବା ପାଇଁ ଆସିଥିଲେ । ବର୍ତ୍ତମାନ ସିବିଆଇ ଟିମ ଘଟଣାର ତଦନ୍ତ କରିବା ସହିତ ବନ୍ଧମୁଣ୍ଡା ଆରପିଏଫ ଇନ୍ସପେକ୍ଟର ଅରୁଣ କୁମାର ଟୋକାସକୁ ଗିରଫ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe