କନକ ବ୍ୟୁରୋ : ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଲେ ବନ୍ଧମୁଣ୍ଡା ଆରପିଏଫ ଯବାନ । ଜଣେ ବେପାରୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ସିବିଆଇ ଟିମ୍ । ରାଉରକେଲା ସିବିଆଇ ବିଶ୍ରା ଛକ ଠାରେ ବନ୍ଧମୁଣ୍ଡା ଆରପିଏଫ ଥାନାର ଜଣେ ଆରପିଏଫ ଯବାନ ମହମ୍ମଦ ଅସରାରକୁ ସିବିଆଇ ଅଧକାରୀ କାବୁ କରିଛନ୍ତି । ଜଣେ ମହିଳା ବେପାରୀଙ୍କ ଠାରୁ ସେ ୧୫ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି । ଆରପିଏଫ ଯବାନକୁ ସିବିଆଇ ଟିମ ଗିରଫ କରି ରାଉରକେଲା ସିବିଆଇ କାର୍ଯ୍ୟାଳୟକୁ ନେଇଛନ୍ତି ।
ଜେରା ବେଳେ ମହମ୍ମଦ ଅସରା ସିବିଆଇକୁ କହିଛି, ସେ ବନ୍ଧମୁଣ୍ଡା ଆରପିଏଫ ଇନ୍ସପେକ୍ଟର ଅରୁଣ ଟୋକାସଙ୍କ କହିବା ଅନୁସାରେ ମହିଳା ବେପାରୀଙ୍କ ପାଖରୁ ୧୫ ହଜାର ଟଙ୍କା ନେବା ପାଇଁ ଆସିଥିଲେ । ବର୍ତ୍ତମାନ ସିବିଆଇ ଟିମ ଘଟଣାର ତଦନ୍ତ କରିବା ସହିତ ବନ୍ଧମୁଣ୍ଡା ଆରପିଏଫ ଇନ୍ସପେକ୍ଟର ଅରୁଣ କୁମାର ଟୋକାସକୁ ଗିରଫ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/10/rpf-jawan-arrested-2025-10-10-16-26-49.jpg)