ଷ୍ଟେସନ ମାଷ୍ଟରଙ୍କୁ ମରଣାନ୍ତକ ଆକ୍ରମଣ; ଅଫିସ ଭିତରେ ପଶି ନିସ୍ତୁକ ପିଟିଲେ ଦୁର୍ବୃତ୍ତ

ଗୁରୁତର ଆହତ ହୋଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଷ୍ଟେସନ ମାଷ୍ଟର ଲକ୍ଷ୍ମୀଧର ତ୍ରିପାଠୀ । ଭେଣ୍ଡିଜୋନକୁ ନେଇ ଆକ୍ରମଣ ହୋଇଥିବା ଜଣା ପଡ଼ିଛି । ଏନେଇ ରାଉରକେଲା ଜିଆରପି ଥାନାରେ ଅଭିଯୋଗ କରିଛନ୍ତି ଷ୍ଟେସନ ମାଷ୍ଟର ।

Rourkela Station master

Photograph: (Kanak News)

କନକ ବ୍ୟୁରୋ : ରାଉରକେଲା ଷ୍ଟେସନ ମାଷ୍ଟରଙ୍କୁ ମରଣାନ୍ତକ ଆକ୍ରମଣ । ଅଫିସ ଭିତରେ ପଶି ନିସ୍ତୁକ ପିଟିଛନ୍ତି ୨ ଦୃର୍ବୁତ୍ତ । ୨ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି ଜିଆରପି ପୁଲିସ । ଗୁରୁତର ଆହତ ହୋଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଷ୍ଟେସନ ମାଷ୍ଟର ଲକ୍ଷ୍ମୀଧର ତ୍ରିପାଠୀ । ଭେଣ୍ଡିଜୋନକୁ ନେଇ ଆକ୍ରମଣ ହୋଇଥିବା ଜଣା ପଡ଼ିଛି । ଏନେଇ ରାଉରକେଲା ଜିଆରପି ଥାନାରେ ଅଭିଯୋଗ କରିଛନ୍ତି ଷ୍ଟେସନ ମାଷ୍ଟର ।

ଷ୍ଟେସନ ମାଷ୍ଟରଙ୍କ ଅଫିସକୁ ଲାଗିକି ଜିଆରପି ପୋଲିସ ଷ୍ଟେସନ ଥିଲେ ମଧ୍ୟ, ଆକ୍ରମଣ ନେଇ କେମିତି କେହି ଜାଣିପାରିଲେନି ତାକୁ ନେଇ ପ୍ରଶ୍ନ ଉଠୁଛି । ରାଉରକେଲା ଷ୍ଟେସନରେ ବହୁ ଭେଣ୍ଡର ବିନା କାଗଜ ପତ୍ରରେ ବ୍ୟବସାୟ କରୁଥିବାରୁ, ଏନେଇ ଷ୍ଟେସନ ମାଷ୍ଟର ସେମାନଙ୍କୁ ଚେତାବନୀ ଦେଇଥିଲେ । ଫଳରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe