କନକ ବ୍ୟୁରୋ : ରାଉରକେଲା ଷ୍ଟେସନ ମାଷ୍ଟରଙ୍କୁ ମରଣାନ୍ତକ ଆକ୍ରମଣ । ଅଫିସ ଭିତରେ ପଶି ନିସ୍ତୁକ ପିଟିଛନ୍ତି ୨ ଦୃର୍ବୁତ୍ତ । ୨ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି ଜିଆରପି ପୁଲିସ । ଗୁରୁତର ଆହତ ହୋଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଷ୍ଟେସନ ମାଷ୍ଟର ଲକ୍ଷ୍ମୀଧର ତ୍ରିପାଠୀ । ଭେଣ୍ଡିଜୋନକୁ ନେଇ ଆକ୍ରମଣ ହୋଇଥିବା ଜଣା ପଡ଼ିଛି । ଏନେଇ ରାଉରକେଲା ଜିଆରପି ଥାନାରେ ଅଭିଯୋଗ କରିଛନ୍ତି ଷ୍ଟେସନ ମାଷ୍ଟର ।
ଷ୍ଟେସନ ମାଷ୍ଟରଙ୍କ ଅଫିସକୁ ଲାଗିକି ଜିଆରପି ପୋଲିସ ଷ୍ଟେସନ ଥିଲେ ମଧ୍ୟ, ଆକ୍ରମଣ ନେଇ କେମିତି କେହି ଜାଣିପାରିଲେନି ତାକୁ ନେଇ ପ୍ରଶ୍ନ ଉଠୁଛି । ରାଉରକେଲା ଷ୍ଟେସନରେ ବହୁ ଭେଣ୍ଡର ବିନା କାଗଜ ପତ୍ରରେ ବ୍ୟବସାୟ କରୁଥିବାରୁ, ଏନେଇ ଷ୍ଟେସନ ମାଷ୍ଟର ସେମାନଙ୍କୁ ଚେତାବନୀ ଦେଇଥିଲେ । ଫଳରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/07/rourkela-station-master-2025-08-07-19-04-36.jpg)