କନକ ବ୍ୟୁରୋ : ଦାମ୍ପତ୍ୟ ଜୀବନକୁ କାହାର ଲାଗୁଛି ନଜର ? ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଆସୁଛି କିଏ ? ଏ କେଉଁ ଭଳି ସମାଜରେ ଆମେ ବଞ୍ଚୁଛେ ? ପ୍ରଥମେ ସୌରଭ-ମୁସ୍କାନ ପରେ ସୋନମ-ରାଜା ଏବଂ ଏଭଳି କେତେ ଦମ୍ପତିଙ୍କ ଜୀବନରେ ପ୍ରବେଶ କରୁଛି ହତ୍ୟାରୂପୀ ଦାନବ । କିଏ ନୀଳଡ୍ରମକୁ ନେଇ ଚର୍ଚ୍ଚାର କେନ୍ଦ୍ର ପାଲଟିଲାଣି ତ ଆଉ କିଏ ହନିମୁନରେ ଯାଇ ସ୍ବାମୀକୁ ମାରିଲାଣି । ଆଉ ଏହାରି ଭିତରେ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯାହା ବିବାହ , ଦାମ୍ପତ୍ୟ ଉପରୁ ଭରସା ତୁଟାଉଛି ।
/filters:format(webp)/kanak/media/media_files/2025/06/25/rohtak-oyo-2025-06-25-16-12-15.jpg)
ହରିୟାଣାର ରୋହତକ ଜିଲ୍ଲାର ଡୋଭ ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବକ ତାଙ୍କ ପତ୍ନୀ ଏବଂ ପ୍ରେମିକଙ୍କ କାର୍ଯ୍ୟକଳାପକୁ ସହ୍ୟ କରି ନପାରି ଜୀବନ ହାରି ଦେଇଥିବା ଘଟଣା ସାମ୍ନାକୁ ଆସିଛି । ମୃତ ଯୁବକ ମଗନ ଆତ୍ମହତ୍ୟା କରିବା ପୂର୍ବରୁ ୪ ମିନିଟର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ୍ କରିଥିଲେ । ଯେଉଁଥିରେ ସେ ତାଙ୍କ ମୃତ୍ୟୁ ପାଇଁ ପତ୍ନୀ ଦିବ୍ୟା ଏବଂ ତାଙ୍କ ପ୍ରେମିକ ଦୀପକଙ୍କୁ ଦାୟୀ କରିଥିବା ସ୍ପଷ୍ଟ ଭାବରେ ଶୁଣିବାକୁ ମିଳୁଛି । ମୃତକ ମଗନଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପତ୍ନୀ ଏବଂ ପ୍ରେମିକ ତାଙ୍କୁ ସବୁବେଳେ ମାନସିକ ନିର୍ଯାତନା ଦେବା ସହିତ ଟଙ୍କା ଦାବି କରୁଥିଲେ । ଦିବ୍ୟା ଦୀପକଙ୍କ ପ୍ରମୋସନ ପାଇଁ ତାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଦେବା ପାଇଁ ଚାପ ପକାଇଥିଲେ । ଅସହାୟ ଭାବରେ ସେ ତାଙ୍କ ବିଲ ଓ ଅଳଙ୍କାର ବିକ୍ରି କରି ସ୍ତ୍ରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ । ଯାହାକୁ ଦିବ୍ୟା ଦୀପକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦେଇଥିଲେ । କେବଳ ଏତିକି ନୁହେଁ ଦିବ୍ୟା ଓ ଦୀପକ କ୍ରମାଗତ ଭାବେ ଅଶ୍ଳୀଳ ଭିଡିଓ କରି ଫଟୋ ଉଠାଇ ତାଙ୍କ ପାଖକୁ ପଠାଉଥିଲେ । ଯାହାକୁ ମଗନ ସହି ନପାରି ଜୀବନ ହାରି ଦେଇଛନ୍ତି ।