କନକ ବ୍ୟୁରୋ : ରାଜ୍ୟରେ ବିଗିଡିଗଲାଣି ଆଇନଶୃଙ୍ଖଳା । ରାତି ପାହିଲେ, ଆସୁଛି ହତ୍ୟାକାଣ୍ଡର ଖବର। ସାମାନ୍ୟ କଥାରେ ଜୀବନ ନେବାକୁ ପଛାଉନାହାନ୍ତି ଲୋକେ । ଲାଗୁଛି ଯେମିତି ଆଉ କେହି ପୁଲିସକୁ ଡରୁ ନାହାନ୍ତି । ସାରାରାଜ୍ୟରେ ସୃଷ୍ଟି ହୋଇଛି ଏମିତି ସ୍ଥିତି ।

Advertisment

ଭଦ୍ରକ ଜିଲ୍ଲା ଚରମ୍ପା ଗୁଣ୍ଠୁନିଆରେ କ୍ରିକେଟ ଖେଳାଳିଙ୍କୁ ବିଚ୍ ରାସ୍ତାରେ ବିଭତ୍ସ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ୧୫ ବର୍ଷ ବୟସ୍କ ସି.କୁମାର ସ୍ୱାମୀ ନିଜ ଘରେ କ୍ରିକେଟ ମ୍ୟାଚ୍ ଦେଖୁଥିଲେ । ରାତି ୧୧ଟା ବେଳେ, ତାଙ୍କ ସାଙ୍ଗ ତାଙ୍କୁ ବାହାରକୁ ଡାକିଥିଲେ । ଘର ପାଖ ମନ୍ଦିର ପାଖରେ ୪ଦୁର୍ବୃତ୍ତ ଖଣ୍ଡା, ଭୁଜାଲିରେ ହାଣି ହାଣି ହତ୍ୟା କରିଛନ୍ତି । ବୌଦ୍ଧରେ ବିଳମ୍ବିତ ରାତିରେ ଦୁଇ ଭାଇଙ୍କୁ ମାରଣାସ୍ତ୍ରରେ ଗୋଡାଇ ଗୋଇ ହାଣିଛନ୍ତି ଦୁର୍ବୃତ୍ତ । ମୁଣ୍ଡାପଡ଼ା ଗ୍ରାମର ବାସୁଦେବ ଝାଙ୍କରଙ୍କ ମୃତ୍ୟୁ ହୋଇଥିବା ବେଳେ, ସନ୍ତୁନୁ ଝାଙ୍କର ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଅଧିକ ପଢ଼ନ୍ତୁ : ବଳଙ୍ଗା ମେଲଣ ସମୟରେ ହତ୍ୟା ଉଦ୍ୟମ: ବ୍ଲେଡ୍‌ ଆକ୍ରମଣରେ ଯୁବକ ଆହତ, ଅଭିଯୁକ୍ତ ଫେରାର

ସେପଟେ ବ୍ରହ୍ମପୁରରେ ପୁଣି ଜଣେ ଆଇନଜୀବୀଙ୍କ ଉପରକୁ ବୋମାମାଡ଼ କରି ହତ୍ୟା ଉଦ୍ୟମ ହୋଇଛି । ପୁର୍ବ ଶତ୍ରୃତାକୁ କେନ୍ଦ୍ର କରି ମହେଶ ତ୍ରିପାଠୀ ଓ ତାଙ୍କ ପରିବାର ଉପରକୁ ହୋଇଛି ବୋମାମାଡ଼ । ଏପରିକି ଘର ସାମ୍ନାରେ ଦୁର୍ବୃତ୍ତମାନେ ହାତରେ ଖଣ୍ଡା ଧରି ବାଇକକୁ ହାଣି ଆତଙ୍କ ଖେଳାଇଛନ୍ତି । ସେପଟେ ପୁରୀ ଜିଲ୍ଲା ବଳଙ୍ଗାରେ ମେଲଣ ବେଳେ, ରେଶିଙ୍ଗା ଗ୍ରାମର କାହ୍ନା ଖୁଣ୍ଟିଆଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଯାହାକି ଲୋକଙ୍କ ଭିତରେ ଭୟ ସୃଷ୍ଟି କରୁଛି ।

ଏପଟେ କଟକ ଭୁବନେଶ୍ୱର ଟ୍ୱିନସିଟିର ଅବସ୍ଥା ନକହିବା ଭଲ । କେଉଁଠି ରାଜରାସ୍ତାରେ ଆତଙ୍କ ଖେଳାଇ ଲେଣି ତ ପୁଣି କେଉଁଠି ଛୁରୀ ଭୁଷି ଭୁଷି ହତ୍ୟା । କାର୍ଯ୍ୟାନୁଷ୍ଠାନ କମୁ ଥିବାରୁ ଅପରାଧୀମାନେ ଉପରମୁହାଁ ହେଉଥିବା କହିଛନ୍ତି ପୁର୍ବତନ ପୁଲିସ ଡିଜି । ଏବେ ପ୍ରଶ୍ନ ଉଠୁଛି, କେବେ ଆକ୍ସନ ମୋଡ୍‌କୁ ଆସବ ଓଡ଼ିଶା ପୁଲିସ ? କେବେ ବିନା ଭୟରେ ନିଶ୍ୱାସ ମାରିବେ ରାଜ୍ୟବାସୀ ?