ହ୍ୟୁଜ୍ ଆପ୍‌ରେ ୫୦ଲକ୍ଷ ଠକେଇ ପଛରେ ଅବସରପ୍ରାପ୍ତ ସେନା କର୍ମଚାରୀ

ମାଷ୍ଟରମାଇଣ୍ଡ ଠକ ପାର୍ଥ ସାରଥୀକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ । ଏହା ପଛରେ ଆଉ କେଉଁମାନଙ୍କ ସଂପୃକ୍ତି ରହିଛି ସେମାନଙ୍କୁ ଧରିବାକୁ ଉଦ୍ୟମ କରୁଛି ପୁଲିସ ।

Huge app

Photograph: (Kanak News)

କନକ ବ୍ୟୁରୋ : ହ୍ୟୁଜ୍ ଆପ୍‌ରେ ୫୦ଲକ୍ଷ ଠକେଇ ପଛରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ । ମୁଖ୍ୟ ଅଭିଯୁକ୍ତ ତଥା ପ୍ରମୋଟର ପାର୍ଥ ସାରଥି ଦାସଙ୍କୁ ବାଲେଶ୍ୱରରୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତା ନିକଟରୁ ୬୮ ହଜାର ଟଙ୍କା, ୨ଲକ୍ଷ ୫୧ ହଜାର ଟଙ୍କାର ବାଙ୍କ ଡିପୋଜିଟ, ମୋବାଇଲ ଫୋନ, ବ୍ୟାନର ଜବତ କରାଯାଇଛି । ପୂର୍ବରୁ ଆଉ ଜଣେ ସହଯୋଗୀ ଟାଙ୍ଗି ପୋଲିସ ଦ୍ୱାରା ଗିରଫ ହୋଇଥିଲା ।

ମାଷ୍ଟରମାଇଣ୍ଡ ଠକ ପାର୍ଥ ସାରଥୀକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ । ଏହା ପଛରେ ଆଉ କେଉଁମାନଙ୍କ ସଂପୃକ୍ତି ରହିଛି ସେମାନଙ୍କୁ ଧରିବାକୁ ଉଦ୍ୟମ କରୁଛି ପୁଲିସ । ତେବେ କଟକର ଦରଘାବଜାର ଅଞ୍ଚଳର ୩୦୦ରୁ ଅଧିକ ଲୋକ ଏହି ଚେନ ସିଷ୍ଟମ୍‌ରେ ପଡ଼ି ଠକେଇର ଶିକାର ହୋଇଥିଲେ । ଲୋକଙ୍କୁ ୧୬ ହଜାର ୫୦୦ ଟଙ୍କା ବିନିଯୋଗ କରିବାକୁ କହି ପ୍ରଥମେ ପଞ୍ଜୀକୃତ କରୁଥିଲେ । ଭିଡିଓକୁ ଷ୍ଟାର ରେଟିଙ୍ଗ ଦେଲେ ଦିନକୁ ୪୧ ଟଙ୍କା ହିସାବରେ ମାସକୁ ଏହି ଟଙ୍କା ପ୍ରଦାନ କରୁଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe