କନକ ବ୍ୟୁରୋ : ହ୍ୟୁଜ୍ ଆପ୍ରେ ୫୦ଲକ୍ଷ ଠକେଇ ପଛରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ । ମୁଖ୍ୟ ଅଭିଯୁକ୍ତ ତଥା ପ୍ରମୋଟର ପାର୍ଥ ସାରଥି ଦାସଙ୍କୁ ବାଲେଶ୍ୱରରୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତା ନିକଟରୁ ୬୮ ହଜାର ଟଙ୍କା, ୨ଲକ୍ଷ ୫୧ ହଜାର ଟଙ୍କାର ବାଙ୍କ ଡିପୋଜିଟ, ମୋବାଇଲ ଫୋନ, ବ୍ୟାନର ଜବତ କରାଯାଇଛି । ପୂର୍ବରୁ ଆଉ ଜଣେ ସହଯୋଗୀ ଟାଙ୍ଗି ପୋଲିସ ଦ୍ୱାରା ଗିରଫ ହୋଇଥିଲା ।
ମାଷ୍ଟରମାଇଣ୍ଡ ଠକ ପାର୍ଥ ସାରଥୀକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ । ଏହା ପଛରେ ଆଉ କେଉଁମାନଙ୍କ ସଂପୃକ୍ତି ରହିଛି ସେମାନଙ୍କୁ ଧରିବାକୁ ଉଦ୍ୟମ କରୁଛି ପୁଲିସ । ତେବେ କଟକର ଦରଘାବଜାର ଅଞ୍ଚଳର ୩୦୦ରୁ ଅଧିକ ଲୋକ ଏହି ଚେନ ସିଷ୍ଟମ୍ରେ ପଡ଼ି ଠକେଇର ଶିକାର ହୋଇଥିଲେ । ଲୋକଙ୍କୁ ୧୬ ହଜାର ୫୦୦ ଟଙ୍କା ବିନିଯୋଗ କରିବାକୁ କହି ପ୍ରଥମେ ପଞ୍ଜୀକୃତ କରୁଥିଲେ । ଭିଡିଓକୁ ଷ୍ଟାର ରେଟିଙ୍ଗ ଦେଲେ ଦିନକୁ ୪୧ ଟଙ୍କା ହିସାବରେ ମାସକୁ ଏହି ଟଙ୍କା ପ୍ରଦାନ କରୁଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/01/huge-app-2025-09-01-16-21-27.jpg)