କନକ ବ୍ୟୁରୋ :ନିଶା କାରବାର ରୋକିବାକୁ ଚଢାଉ । ବରଗଡ ଜିଲାରେ ଦିନକୁ ଦିନ ନିଶା କାରବାର ବଢିଚାଲିଥିବା ବେଳେ ଆଇନ ଶୃଙ୍ଖଲା ପରିସ୍ଥିତି ବିପର୍ଯ୍ୟସ୍ତ ହେବା ସହ ଅପରାଧ ବଢୁଛି । ହତ୍ୟା, ଆତ୍ମହତ୍ୟା, ବଳାତ୍କାର, ଲୁଟ୍‌ ଭଳି ଘଟଣା ସାମନାକୁ ଆସୁଛି । 

Advertisment

ତେବେ ଏହାକୁ ରୋକିବାକୁ ଓଡିଶା ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ମିଶନ ଗଜ ।  ନିଶା ବେପାରୀ ଓ ନିଶାଡିଙ୍କୁ ଦମନ କରିବା ପାଇଁ ବିଭିନ୍ନ ଦୋକାନରେ ଚଢ଼ାଉ  କରାଯାଇଛି । ଜିଲ୍ଲାର ୧୭ଟି ଥାନାର ବିଭିନ୍ନ ଅଞ୍ଚଳରେ ଚଢାଉ କରାଯାଇଛି । ବରଗଡର ପଞ୍ଚାୟତ କଲେଜପଡା, ଭଟଲି ରୋଡ଼ ଛକ, ହସ୍ପିଟାଲ ଛକ, ଥାନା ଛକ ଭଳି ବିଭିନ୍ନ ଦୋକାରେ ବରଗଡ ଏଏସପିଙ୍କ ନିର୍ଦେଶ କ୍ରମେ ଚଢ଼ାଉ ହୋଇଛି ।