ପୂର୍ବଥର ଅପଦସ୍ତ ହୋଇଥିଲେ, ଏଥର ଚେତିଲେ; ‘ଡିଜିଟାଲ ଲକ୍’ରେ ରହିଲା ଓଟିଇଟି ପ୍ରଶ୍ନପତ୍ର

ଡିଜିଟାଲ ଲକ୍ ବ୍ୟବସ୍ଥାରେ ପ୍ରଶ୍ନପତ୍ର ରଖାଯିବା ସହ ପ୍ରଶ୍ନପତ୍ର ବୋର୍ଡରୁ ଯିବା ଠାରୁ ସେଣ୍ଟରରେ ଅଧିକାରୀ ଗ୍ରହଣ କରିବା ପର୍ଯ୍ୟନ୍ତ ଜିପିଏସ୍‌ ଟ୍ରାକିଂରେ ରହିବ । 

45

କନକ ବ୍ୟୁରୋ: ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା । ଏଥର ବୋର୍ଡ ପକ୍ଷରୁ ପରୀକ୍ଷା ସୁପରିଚାଳନା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଡିଜିଟାଲ ଲକ୍ ବ୍ୟବସ୍ଥାରେ ପ୍ରଶ୍ନପତ୍ର ରଖାଯିବା ସହ ପ୍ରଶ୍ନପତ୍ର ବୋର୍ଡରୁ ଯିବା ଠାରୁ ସେଣ୍ଟରରେ ଅଧିକାରୀ ଗ୍ରହଣ କରିବା ପର୍ଯ୍ୟନ୍ତ ଜିପିଏସ୍‌ ଟ୍ରାକିଂରେ ରହିବ । 

ଆସନ୍ତା ୨୭ ତାରିଖରୁ ଆରମ୍ଭ ହେଉଛି ସ୍ଵତନ୍ତ୍ର ଓଟିଇଟି ପରୀକ୍ଷା । ପ୍ରଶ୍ନପତ୍ର ସହ ପରୀକ୍ଷା ପରିଚାଳନା ସୁରକ୍ଷିତ କରିବାକୁ କଡ଼ା ପଦକ୍ଷେପ ନେଇଛି ବୋର୍ଡ । ପ୍ରଶ୍ନପତ୍ର ଲିକ୍ ନହେବା ଲାଗି ପ୍ରଶ୍ନପତ୍ରରେ ୱାଟର ମାର୍କ ଏବଂ ପ୍ରତି ପ୍ରଶ୍ନରେ ସିରିଏଲ କୋଡ୍‌ ନମ୍ୱର ରହିଛି । ଫଳରେ ପ୍ରଶ୍ନପତ୍ର ଲିକ୍‌ ହେଲେ କେଉଁ ସେଣ୍ଟର କିମ୍ବା ଏବଂ କାହାଠାରୁ ଲିକ ହେଇଛି ଜାଣିହେବ । 

ବୋର୍ଡ କାର୍ଯ୍ୟାଳୟରେ ଥିବା କଣ୍ଟ୍ରୋଲ ରୁମ ମାଧ୍ୟମରେ ପୂରା ପ୍ରକ୍ରିୟାକୁ ଟ୍ରାକ୍‌ କରାଯିବ । ଗୁରୁବାର ୨୪ଟି ସ୍ଥାନକୁ ଏବଂ ୨୬ ତାରିଖରେ ବଳକା ସବୁ ସେଣ୍ଟରକୁ ପ୍ରଶ୍ନ ପତ୍ର ପହଞ୍ଚିବ। ୧୯୩ଟି ସେଣ୍ଟରରେ ୭୫ ହଜାର ୪୦୩ ଜଣ ପରୀକ୍ଷାର୍ଥୀ ଦେବେ ପରୀକ୍ଷା । ପୂର୍ବରୁ ଓଟିଇଟି ପ୍ରଶ୍ନପତ୍ର ଅନିୟମିତତା ଯୋଗୁ ପରୀକ୍ଷାରେ ବିଭ୍ରାଟ ହୋଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତରେ ବୋର୍ଡ ଉପସଭାପତି ସମେତ ୮ ଜଣ ଗିରଫ ହୋଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe