କନକ ବ୍ୟୁରୋ : ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀରେ କେଉଁମାନେ ସମ୍ପୃକ୍ତ ? କେତେ ବାଟ ଯାଏ ଲମ୍ବିଛି ଚେର ? ବିବାଦ ବଢ଼ିବା ପରେ ସିବିଆଇକୁ ତଦନ୍ତ ଦାୟିତ୍ୱ ଦେଇଥିଲେ ରାଜ୍ୟ ସରକାର । ଆଉ ଏବେ ପ୍ରାଥମିକ ତଦନ୍ତ ପରେ ଗୋଟିଏ ପାଦ ଆଗକୁ ଯାଇ, ୯୦ ଦିନ ଭିତରେ ସ୍ୱତନ୍ତ୍ର ସିବିଆଇଙ୍କ କୋର୍ଟରେ ଚାର୍ଜସିଟ ଦାଖଲ କରିଛି ସିବିଆଇ ।
ପ୍ରାୟ ମାସେ କାଳ ଛାନଭିନ ପରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ସଂଲଗ୍ନ ହୋଇଛି ଜବତ ହୋଇଥିବା ହଜାର ହଜାର ପୃଷ୍ଠାର ଦସ୍ତାବିଜ, ହାର୍ଡଡିସ୍କ, କମ୍ପ୍ୟୁଟର, ଲାପଟପ୍, ପେନଡ୍ରାଇଭ୍, ହାର୍ଡ ଡ୍ରାଇଭ୍ ଭଳି ଡିଜିଟାଲ ପ୍ରମାଣପତ୍ର । ଏହି ରିପୋର୍ଟରେ ରହିଛି ଏସଆଇ ନିଯୁକ୍ତି କେଳେଙ୍କାରୀରେ ସମ୍ପୃକ୍ତ ଦଲାଲ ମାନଙ୍କ ବିରୋଧରେ ସିବିଆଇ ଯୋଗାଡ଼ କରିଥିବା ମାଳମାଳ ସାକ୍ଷୀଙ୍କ ତାଲିକା, ଆଉ ତଦନ୍ତ ବେଳେ ପାଇଥିବା ପ୍ରମାଣ । ସିଣ୍ଡିକେଟ ଚଳାଇ ଥିବା ଆନ୍ତଃରାଜ୍ୟ ଦଲାଲଙ୍କ ବାବଦରେ ସମ୍ପୂର୍ଣ ତଥ୍ୟ । ସିବିଆଉ ଜଣାଇଛି ଯେ ଏହା ସପ୍ଳିମେଣ୍ଟାରୀ ଚାର୍ଜସିଟ । ଏବେବି ତଦନ୍ତ ଜାରି ରହିଛି ।
ଅଧିକ ପଢ଼ନ୍ତୁ : ଏସ୍.ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଗୁମର ଖୋଲୁଛି ; ସିବିଆଇ ପଞ୍ଝାକୁ ଆସିଲେ ବଡ଼ବଡ଼ିଆ
ଅଭିଯୁକ୍ତ ଶଙ୍କର ପୃଷ୍ଟି, ମୁନା ମହାନ୍ତି, ସୁରେଶ ନାୟକ, ରିଙ୍କୁ ମହାରଣା, ବିରଞ୍ଚି ନାୟକ, ନୀତୀଶ କୁମାର ଓ ସୌମ୍ୟା ପ୍ରିୟଦର୍ଶିନୀଙ୍କୁ ମିଶାଇ ମୋଟ ୧୭ ଜଣକ ନାଁ ଚାର୍ଜସିଟରେ ରହିଛି । ଶଙ୍କରର ବୟାନକୁ ଆଧାର କରି, ଏକାଧିକ ପୁଲିସ ଅଧିକାରୀଙ୍କୁ ଘନ ଘନ ଜେରା କରିବା ସହ ୭ ଜଣକୁ ସମନ ଜାରି କରିଥିଲା ସିବିଆଇ । ସେମାନଙ୍କୁ ମୁହାଁମୁହିଁ ବସାଇ ଜେରା କରିଥିଲା ।
ଆଗକୁ ଦେଖିବାର କଥା ଯେ ବଡ଼ବଡ଼ିଆଙ୍କ ପାଖରେ ପହଞ୍ଚିବ ତ ସିବିଆଇ ? ରାଜନୈତିକ ଲିଙ୍କର ଖୋଳତାଡ଼ କରିବ ନା ତଳିଆଙ୍କ ପାଖରେ ଅଟକିଯିବ ତଦନ୍ତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/29/police-si-recruitment-scam-2025-12-29-20-17-38.jpg)