କନକ ବ୍ୟୁରୋ: ଘଟଗାଁ ବ୍ଲକ କାସିବେଡ଼ା ଗାଁର ପ୍ରମିଳା ନାଏକ । ସ୍ୱାମୀ, ୨ ଛୁଆ ଓ ଶ୍ୱଶୁରଙ୍କୁ ନେଇ ଛୋଟିଆ ପରିବାର । ଦିନ ମଜୁରିଆ ଭାବେ କାମ କଲେ କଷ୍ଟେ ମଷ୍ଟେ ପରିବାର ଚଳେ । ୨୦୨୩ ମେ’ ୨୫ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଲା । ଏଥିପାଇଁ ପୋଷ୍ଟାଲ ଖାତାକୁ ଆସିଲା ପ୍ରଥମ କିସ୍ତି ୪୦ ହଜାର ଟଙ୍କା । ପୁରା ପରିବାର ଖୁସି ହୋଇଗଲେ । ପ୍ରଥମେ ୧୦ ହଜାର ଟଙ୍କା ଉଠାଇ ଘର କାମ ଆରମ୍ଭ କଲେ, ବାକି ଟଙ୍କା ଖାତାରେ ଥିଲା । ସେହି ୩୦ ହଜାର ଟଙ୍କାକୁ ପ୍ରମିଳାଙ୍କ ଅଜାଣତରେ କେହି ଉଠାଇନେଇଛନ୍ତି! ଟଙ୍କା ଉଠାଇବାକୁ ଯିବାରୁ ଏନେଇ ଜାଣିବାକୁ ପାଇ ପ୍ରମିଳା ସାଇବର୍ ଥାନା ଅଭିଯୋଗ କରିଥିଲେ । ସାଇବର ସେଲ୍ ତଦନ୍ତ ଆଳରେ ପ୍ରମିଳାଙ୍କ ବ୍ୟାଙ୍କ ଖାତାକୁ ଫ୍ରିଜ! କରିଦେଇଛନ୍ତି ।
ଫିଟୁଛି ଉଦଳା କିରୋସିନି କଳାବଜାରୀ ଗୁମର, ନିଜ କେଳେଙ୍କାରୀ ଲୁଚାଇବାକୁ RCMS ସମ୍ପାଦକଙ୍କ ଷଡ଼୍ଯନ୍ତ୍ର
ଆବାସ ଛଡ଼ାଇନେଲା ଆହାର!
ଆକାଉଣ୍ଟ ଫ୍ରିଜ୍ ହୋଇଯିବାରୁ ସେଥିରେ ଜମାଥିବା ଟଙ୍କା, ସୁଭଦ୍ରା ଟଙ୍କା ଓ ପିଏମ କିସାନ ଟଙ୍କା ବି ଉଠାଇପାରୁନାହାନ୍ତି । ଅନ୍ୟପଟେ ସରକାରଙ୍କ ନୂଆ ନିୟମ ପରେ ବ୍ଲକ ପକ୍ଷରୁ ୨ ମାସ ହେବ ଚାଉଳ ବନ୍ଦ! କରିଦିଆଯାଇଛି । ପେଟର ଭୋକକୁ ଅଭାବର ବୋଝରେ ଅଣନିଶ୍ବାସୀ ହୋଇଗଲାଣି ଏହି ପରିବାର । ସରକାରୀ ସ୍ତରରେ ଘଟଣାର ତଦନ୍ତ କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବା ସହ ପ୍ରମିଳାଙ୍କ ବ୍ୟାଙ୍କ ଖାତାକୁ ଚାଲୁ କରିବାକୁ ଦାବି ହୋଇଛି । ନ୍ୟାୟ ପାଇଁ ବିଡିଓ, ଜିଲ୍ଲାପାଳ ସମସ୍ତଙ୍କ ପାଖକୁ ଯାଇଛନ୍ତି ପ୍ରମିଳା । କିନ୍ତୁ ଶୀତ ତାପ ନିୟନ୍ତ୍ରିତ ଘରେ ବସୁଥିବା ବାବୁଙ୍କ କାନରେ ପଡ଼ୁନି ଗରିବ ପରିବାରର ଗୁହାରି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/12/26/18-2025-12-26-18-18-08.jpg)