ଭିଜିଲାନ୍ସ ଜାଲରେ ସବ ଟ୍ରେଜେରୀ ସିନିୟର କ୍ଲର୍କ ମନୋରଞ୍ଜନ ସାହୁ

ହିନ୍ଦୋଳ ସବ୍ ଟ୍ରେଜେରୀ ଅଫିସ୍‌ରେ ସିନିୟର କ୍ଲର୍କ ଥିବା ବେଳେ ଚଞ୍ଚକତା କରି ଲୋକଙ୍କର ଲକ୍ଷାଧିକ ପେନ୍‌ସନ୍ ଟଙ୍କା ହଡପ କରିଥିଲେ । ୬୮ ଲକ୍ଷ ୮୫ ହଜାର ଟଙ୍କା ହଡପ ଅଭିଯୋଗ ହୋଇଥିଲା ।

Pension Fund Scam

Pension Fund Scam Photograph: (Kanak News)

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସବ ଟ୍ରେଜେରୀ ସିନିୟର କ୍ଲର୍କ । କ୍ଲର୍କ ମନୋରଞ୍ଜନ ସାହୁ । ହିନ୍ଦୋଳ ସବ୍ ଟ୍ରେଜେରୀ ଅଫିସ୍‌ରେ ସିନିୟର କ୍ଲର୍କ ଥିବା ବେଳେ ଚଞ୍ଚକତା କରି ଲୋକଙ୍କର ଲକ୍ଷାଧିକ ପେନ୍‌ସନ୍ ଟଙ୍କା ହଡପ କରିଥିଲେ । ୬୮ ଲକ୍ଷ ୮୫ ହଜାର ଟଙ୍କା ହଡପ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ସରକାର ଏହି ଘଟଣାର ତଦନ୍ତ ଭାର ଭିଜିଲାନ୍ସକୁ ହସ୍ତାନ୍ତର କରିଥିଲେ । ମନୋରଞ୍ଜନ ସାହୁ ଦୀର୍ଘ ଦିନ ଧରି ଫେରାର୍ ଥିଲେ । ଗତକାଲି ରାତିରେ ତାଙ୍କ ଗାଁ ନିକଟରୁ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆଜି ତାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍‌ସ୍ କୋର୍ଟରେ ହାଜର କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe