କନକ ବ୍ୟୁରୋ : ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରେ ପୋଲିସ ତନାଘନା ଜାରି ରଖିଛି । ଆଜି ପୁଣିଥରେ ଛାତ୍ରୀଙ୍କ ଗାଁରେ ପହଞ୍ଚିଛି ପୋଲିସ । ନିଜେ କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟାରିଆ ଛାତ୍ରୀଙ୍କ ଗାଁକୁ ଯାଇଛନ୍ତି । ପଡୋଶୀଙ୍କ ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି । ସେହିପରି ପୁଣିଥରେ ମୃତ ଛାତ୍ରୀଙ୍କ ଘରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କୁ ଜେରା କରିଛନ୍ତି ନିଜେ ପୁଲିସ ଏସପି । ଛାତ୍ରୀଙ୍କ ବାପାଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛନ୍ତି ।
ଏହି ଘଟଣାରେ ମୃତ ଛାତ୍ରୀଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଚେନ୍ନାଇରୁ ଉଠାଇ ଆଣିଛି କେନ୍ଦ୍ରାପଡ଼ା ପୁଲିସ । ତେବେ ପୁରୁଷ ବନ୍ଧୁଙ୍କୁ ଅଟକ ପରେ ଏହା ଆତ୍ମହତ୍ୟା ନା ସମ୍ମାନ ପାଇଁ ହତ୍ୟା କରାଯାଇଛି, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପ୍ରମୋଦଙ୍କ ବାପା ମାଆ ଯେଉଁ ବୟାନ ଦେଇଛନ୍ତି ତାହା ଅନର କିଲିଂ ଆଡ଼କୁ ଇସାରା କରୁଛି । ଗତକାଲି ମଧ୍ୟ କେନ୍ଦ୍ରାପଡ଼ା ଏସପି, ସାଇଣ୍ଟିଫିକ୍ ଓ ଫରେନସିକ୍ ଟିମ୍ ମୃତ ଛାତ୍ରୀଙ୍କ ଘରକୁ ଯାଇ ପ୍ରମାଣ ସଂଗ୍ରହ କରିଥିଲେ ।
କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁ ଘଟଣାରେ ବାପାଙ୍କ ଉପରେ ପୁଲିସର ଆଖି । କେମିତି ହେଲା ଛାତ୍ରୀଙ୍କ ମୃତ୍ୟୁ ? ଗାଁ ପହଞ୍ଚି କେନ୍ଦ୍ରାପଡ଼ା ଏସ୍ପିଙ୍କ ତନାଘନା । ଛାତ୍ରୀଙ୍କୁ ବାପାଙ୍କୁ ଗୁଡ଼େଇ ତୁଡ଼େଇ ପୁଲିସର ଜେରା । ଛାତ୍ରୀଙ୍କ ଗୋଡ଼ ବନ୍ଧା ହୋଇଥିଲା କି ? ନିଜେ ନିଜକୁ କେମିତି ବାନ୍ଧିଲା ? କିଏ ବାନ୍ଧିଲା ଓ କାହିଁକି ବାନ୍ଧିଲା ? ପରିବାର ଲୋକଙ୍କ କ'ଣ ରହିଛି ସମ୍ପୃକ୍ତି ?
ପୁରୁଷ ବନ୍ଧୁଙ୍କ ବାପା ମାଆଙ୍କ ବୟାନ ବଢ଼ାଇଛି ସନ୍ଦେହ । ଅନର କିଲିଂ ସଙ୍କେତ ଦେଉଛି କି ପରିସ୍ଥିତି ? ପୋଷ୍ଟ ମର୍ଟମ୍ ରିପୋର୍ଟରେ ଆସିବ କି ସତ ?