କନକ ବ୍ୟୁରୋ: ପାକିସ୍ତାନର ଦୁଇ ପ୍ରଦେଶ, ଖୈବର ପାଖତୁନଖାୱା ଓ ବାଲୁଚିସ୍ତାନ । ଅନେକ ସମୟରେ ଏହି ଦୁଇ ପ୍ରଦେଶରେରେ ଅସ୍ଥିରତା ଲାଗି ରହୁଛି । କହିବାକୁ ଗଲେ ସରକାର ଦମନଳୀଲା ମଧ୍ୟ ଚଳାଇଛନ୍ତି । ନ୍ୟାୟ ଓ ହକ୍ ପାଇଁ ଲଢୁଥିବା ଲୋକଙ୍କୁ ସରକାର ସଜାଇ ଦିଅନ୍ତି ଆତଙ୍କବାଦୀ । ଆଜି ଖୈବର ପାଖତୁନଖାୱାରୁ ଯେଉଁ ଚିତ୍ର ଆସିଛି, ଆପଣଙ୍କୁ ଭାବିବାକୁ ବାଧ୍ୟ କରିବ, କେଡେ ପାଗଳ ପାକିସ୍ତାନ ସରକାର ।
ଏୟାର ଷ୍ଟ୍ରାଇକ କରି ନିଜ ଦେଶର ଲୋକଙ୍କୁ ମାରିଛି ପାକିସ୍ତାନ ବାୟୁସେନା । ପାକିସ୍ତାନର ଖୈବର ପାଖତୁନଖାୱା ପ୍ରଦେଶରେ ପାକିସ୍ତାନ ବାୟୁସେନାର ଏୟାରଷ୍ଟ୍ରାଇକ୍ ଫଳରେ ଅତି କମରେ ୩୦ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି । ବାୟୁସେନା ୮ଟି ବୋମା ପକାଇଥିଲା । ରାତି ପ୍ରାୟ ୨ଟା ସମୟରେ ପାକିସ୍ତାନୀ ବାୟୁସେନା ବିମାନ ତିରାହ ଉପତ୍ୟକାର ମାତ୍ରି- ଦାରା ଗାଁରେ ଆଠଟି ଏଲଏସ୍ ସିକ୍ସ ବୋମା ପକାଇଥିଲା । ଅପରେସନ୍ରେ ବ୍ୟବହୃତ ହୋଇଥିଲା ଜେଏଫ୍ - ୧୭ ଯୁଦ୍ଧ ବିମାନ । ଲୋକମାନେ ଶୋଇଥିବା ସମୟରେ ଏଭଳି ବୀଭତ୍ସ କାଣ୍ଡ ଘଟାଇଛି ପାକିସ୍ତାନୀ ବାୟୁସେନା । ଭୋର ସମୟରେ ଗ୍ରାମବାସୀ ଦେଖିଲା ବେଳକୁ ଗାଁର ଅନେକ ସ୍ଥାନ ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଥିଲା । ଏହି ଘଟଣା ଆତଙ୍କର ବାତାବରଣ ସୃଷ୍ଟି କରିଛି ।
ସୂଚନା ଅନୁଯାୟୀ, ପାକିସ୍ତାନର ଟାର୍ଗେଟରେ ଦାରା ଗାଁ ଥିଲା । ସେନା ପାଖରେ ଖବର ଥିଲା ଯେ ଏହି ଗାଁରେ କିଛି ଟିଟିପି ଆତଙ୍କବାଦୀ ଲୁଚିରହିଛନ୍ତି । ହେଲେ କେତେ ଆତଙ୍କୀ ମଲେ ତାହା ତ ଜଣା ପଡ଼ି ନାହିଁ, ହେଲେ ଅନେକ ନିରୀହ ଲୋକଙ୍କ ଜୀବନ ଯାଇଛି । ଖାଇବର ରୁ ଯେଉଁ ଚିତ୍ର ଆସିଛି, ତାହା ଆପଣଙ୍କୁ ବିଚଳିତ କରିପାରେ ,ଧ୍ବଂସସ୍ତୂପ ପାଲଟିଛି ଏହି ଗାଁ । ଭଗ୍ନାବଶେଷ ତଳୁ ମୃତ ଦେହକୁ ବାହାର କରାଯାଉଛି । ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି। ତେଣୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ । ପୂର୍ବରୁ ମଧ୍ୟ ଖାଇବର ପାଖତୁନଖାୱାରେ ଆତଙ୍କବାଦ ବିରୋଧୀ ଅଭିଯାନ ଚଳାଯାଇଥିଲା, ଲୋକ ମରିଥିଲେ । ହେଲେ ଏପରି ଷ୍ଟ୍ରାଇକ୍ କେବେ ହୋଇନଥିଲା ।
ଖୈବର ପାଖତୁନଖାୱା ପୁଲିସ୍ର କହିବାନୁଯାୟୀ, ଜାନୁଆରିରୁ ଅଗଷ୍ଟ ମଧ୍ୟରେ ୬୦୫ ଆତଙ୍କୀ ଘଟଣା ଘଟିଛି, ୧୩୮ ନାଗରିକଙ୍କ ସହ ୭୯ ଜଣ ପୁଲିସ୍ଙ୍କ ଜୀବନ ଯାଇଛି। ଖାଇବର ପଖତୁନଖ୍ୱା ଏବଂ ବଲୁଚିସ୍ତାନରେ ସରକାର ଏବଂ ସେନା ବିରୋଧ ରେ ଲୋକ ସଂଗ୍ରାମ କରୁଛନ୍ତି । ଏହି ଦୁଇ ପ୍ରଦେଶରେ ଅନେକ ସଶସ୍ତ୍ର ଗୋଷ୍ଠୀ ମଧ୍ୟ ପାକିସ୍ତାନୀ ସେନାକୁ ଟାର୍ଗେଟ କରୁଛନ୍ତି । ପ୍ରଦେଶ ପାଇଁ ଅଧିକ ଅଧିକାର ଏବଂ ସମ୍ବଳର ପ୍ରବେଶ ଦାବି କରିଆସୁଛନ୍ତି । ପାକିସ୍ତାନ ସରକାର ଏବଂ ସେନା ଏହି ବିଦ୍ରୋହୀ ଗୋଷ୍ଠୀଗୁଡ଼ିକୁ ଆତଙ୍କବାଦୀ ଆଖ୍ୟା ଦେଉଛି । ପାକିସ୍ତାନ ସେନା ଖାଇବର ପଖତୁନଖ୍ୱା ଏବଂ ବଲୁଚିସ୍ତାନରେ ସରକାର ବିରୋଧୀ ଗୋଷ୍ଠୀଗୁଡ଼ିକୁ ଦମନ କରିବାକୁ ଚେଷ୍ଟା ଚଳାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/09/22/24-2025-09-22-21-48-54.jpg)