Advertisment
ଅପରାଧ

ପଦ୍ମପୁର ନାବାଳିକା ଜଳିଯିବା ଘଟଣା; ପାରିବାରିକ କଳହ ଯୋଗୁ ଆତ୍ମହତ୍ୟା

ବାଲେଶ୍ୱର, ବଳଙ୍ଗା, ପଟ୍ଟାମୁଣ୍ଡାଇ ପରେ ଜଳିଗଲେ ଆଉ ଜଣେ ଛାତ୍ରୀ । ବରଗଡ଼ ଜିଲ୍ଲା ଗାଇସିଲେଟ୍ ଥାନା ଅଞ୍ଚଳରୁ ଆସିଛି ଏଭଳି ଏକ ହୃଦୟବିଦାରକ ଦୃଶ୍ୟ । ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୩ ବର୍ଷୀୟା ନାବାଳିକା ଜଳିଯାଇଛନ୍ତି ।

 Photograph: (Kanak News)
Photograph: (Kanak News)

କନକ ବ୍ୟୁରୋ : ପଦ୍ମପୁର ନାବାଳିକା ଜଳିଯିବା ଘଟଣାରେ ଆଇଜି ହିମାଂଶୁ ଲାଲ୍‌ଙ୍କ ବଡ଼ ସୂଚନା । ସେ କହିଛନ୍ତି, ପାରିବାରିକ କଳହ ଯୋଗୁ ଆତ୍ମହତ୍ୟା । ସ୍କୁଲ ଯିବା  ଓ ମେଡିକାଲ ଯିବାକୁ ନେଇ ହୋଇଥିଲା ଝଗଡ଼ା । ଏହି ଘଟଣା ନେଇ ନାବାଳିକା ଆତ୍ମହତ୍ୟା କରିଥିବା ସୂଚନା ।

Advertisment

ବାଲେଶ୍ୱର, ବଳଙ୍ଗା, ପଟ୍ଟାମୁଣ୍ଡାଇ ପରେ ଜଳିଗଲେ ଆଉ ଜଣେ ଛାତ୍ରୀ । ବରଗଡ଼ ଜିଲ୍ଲା ଗାଇସିଲେଟ୍ ଥାନା ଅଞ୍ଚଳରୁ ଆସିଛି ଏଭଳି ଏକ ହୃଦୟବିଦାରକ ଦୃଶ୍ୟ । ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୩ ବର୍ଷୀୟା ନାବାଳିକା ଜଳିଯାଇଛନ୍ତି । ନାବାଳିକା ଜଣକ ତାଙ୍କ ମାମୁଘର ଗାଁରେ ଜଳିଯାଇଛନ୍ତି ।

ତେବେ କେମିତି ଜଳିଗଲେ ନାବାଳିକା ? ନା କେହି ତାଙ୍କୁ ପେଟ୍ରୋଲ ଢାଳି ଜାଳିଦେଇଛି, ଏନେଇ ପ୍ରଶ୍ନ ଉଠୁଥିବା ବେଳେ ପୁଲିସ ଆଇଜି ବଡ଼ ସୂଚନା ଦେଇଛନ୍ତି । ଘଟଣା ପରେ ଆମ୍ବୁଲାନ୍ସକୁ ଖବର ଦିଆଯିବା ପରେ ଆମ୍ବୁଲାନ୍ସ ଆସିବାରେ ମଧ୍ୟ ବିଳମ୍ବ ହୋଇଥିଲା ।

Advertisment

Join and get latest news updates delivered to you via social media

Follow us:
ସବସ୍କ୍ରାଇବ କରନ୍ତୁ