ନବମ ଦିନରେ ଅପରେସନ୍ ଅଖାଲ୍; ୨ ଯବାନ ସହିଦ, ଜଣେ ଆତଙ୍କୀ ସଫା

ରାତିରେ ହୋଇଥିବା ଏହି ଏନ୍‌କାଉଣ୍ଟରରେ ଦୁଇ ଯବାନ ସହିଦ ହୋଇଥିବା ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏପର୍ଯ୍ୟନ୍ତ ଜଣେ ଆତଙ୍କବାଦୀଙ୍କ ଶବ ଉଦ୍ଧାର ହୋଇଛି ।

l321_18821754108363

କନକ ବ୍ୟୁରୋ: ଜମ୍ମୁ ଓ କାଶ୍ମୀର କୁଲଗାମ ଏନ୍‌କାଉଣ୍ଟରରେ ୨ ଯବାନ ସହିଦ, ଜଣେ ଆତଙ୍କବାଦୀ ନିହତ । ୯ ଦିନରେ ପହଞ୍ଚିଛି ଏନ୍‌କାଉଣ୍ଟର । ଜମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାର ଅଖାଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଭାରତୀୟ ସେନାର ମୁକାବିଲା ୯ମ ଦିନରେ ଜାରି ରହିଛି । ରାତିରେ ହୋଇଥିବା ଏହି ଏନ୍‌କାଉଣ୍ଟରରେ ଦୁଇ ଯବାନ ସହିଦ ହୋଇଥିବା ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏପର୍ଯ୍ୟନ୍ତ ଜଣେ ଆତଙ୍କବାଦୀଙ୍କ ଶବ ଉଦ୍ଧାର ହୋଇଛି । ଏହି ଅପରେସନ୍‌ରେ ଭାରତୀୟ ସେନା, ଜମ୍ମୁ ଓ କାଶ୍ମୀର ପୁଲିସ, ସିଆର୍‌ପିଏଫ୍‌ ଏବଂ ସ୍ପେଶାଲ ଅପରେସନ୍ସ ଗ୍ରୁପ୍‌ ସାମିଲ ଅଛନ୍ତି । ଅଖାଲ ଜଙ୍ଗଲରେ ଅଗଷ୍ଟ ୧ରୁ ଆରମ୍ଭ ହୋଇଥିବା ଅପରେସନ୍‌ ଅଖାଲରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଘେରିଛି । ଏନ୍‌କାଉଣ୍ଟରରେ ୨ ଯବାନ ସହିଦ, ଜଣେ ଆତଙ୍କବାଦୀ ନିହତ । ସୂଚନା ଅନୁଯାୟୀ, ଘନ ଜଙ୍ଗଲ ଏବଂ ଗୁମ୍ଫା ଭଳି ଆଡ୍ଡାର ସୁଯୋଗ ନେଇ ଅତି କମ୍‌ରେ ତିନି କିମ୍ବା ତା’ଠାରୁ ଅଧିକ ଆତଙ୍କବାଦୀ ଏବେ ବି ଲୁଚି ରହିଛନ୍ତି । ଏହି ଅପରେସନ୍ ଗତ କିଛି ଦଶନ୍ଧି ମଧ୍ୟରେ ସବୁଠାରୁ ଦୀର୍ଘକାଳୀନ ଆତଙ୍କୀ ବିରୋଧୀ ଅପରେସନ୍ ପାଲଟିଛି ।

ନବମ ଦିନରେ ଅପରେସନ୍ ଅଖାଲ୍ -

ରାତିରେ ଗୁଳି ବିନିମୟ ପରେ ଦୁଇ ଯବାନ ସହିଦ 
ଜଣେ ଆତଙ୍କବାଦୀଙ୍କ ଶବ ଉଦ୍ଧାର ହୋଇଛି, ଅନ୍ୟମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ
ଅପରେସନ୍‌ରେ ଡ୍ରୋନ୍‌, ହେଲିକପ୍ଟର ଏବଂ ପାରା କମାଣ୍ଡୋ ନିୟୋଜିତ 
ଦୁଇ ଯବାନଙ୍କ ସମେତ ଚାରି ସୁରକ୍ଷା କର୍ମୀ ଆହତ
ଜମ୍ମୁ ଓ କାଶ୍ମୀର ପୁଲିସ ମୁଖ୍ୟ ଏବଂ ନର୍ଦନ ଆର୍ମି କମାଣ୍ଡର ପ୍ରତୀକ ଶର୍ମା ପରିସ୍ଥିତି ଉପରେ ନଜର ରଖିଛନ୍ତି
ଅଞ୍ଚଳରେ ସୁରକ୍ଷାବାହିନୀ କଡ଼ା ଘେରାବନ୍ଦୀ ଜାରି ରଖିଛି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe