କନକ ବ୍ୟୁରୋ : ତୃତୀୟ  ଦିନରେ ବି ଜାରି ରହିଛି ଚଢ଼ାଉ, ଘାଣ୍ଟୁଛି ଆୟକର ବିଭାଗ । ନବଦାସଙ୍କ ବ୍ୟବସାୟୀ ସହଯୋଗୀ ସଞ୍ଜୟ ନନ୍ଦଙ୍କ ଟ୍ରାନ୍ସପୋର୍ଟ ଅଫିସରେ ଚଢ଼ାଉ କରାଯାଇଛି । ଆଜି ତୃତୀୟ ଦିନରେ ବି ସୁନ୍ଦରଗଡ଼ରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି । ସମ୍ବଲପୁର, ଝାରସୁଗୁଡା, ଭୁବନେଶ୍ୱର ଓ ଦିଲ୍ଲୀରେ ଟିମ କରୁଛନ୍ତି ଚଢ଼ାଉ । ମିସନ ରୋଡ ସ୍ଥିତ ଟ୍ରାନ୍ସପୋର୍ଟ ଅଫିସ, ବାସଭବନ, ହସ୍ପିଟାଲ ଛକ ସ୍ଥିତ ଚାଲାଣ ଅଫିସ, ମସନୀକାନି ସ୍ଥିତ ଅଫିସରେ ଚଢ଼ାଉ ଜାରି ରଖିଛି ଆଇଟି । 

Advertisment

କୋଇଲା ଟ୍ରାନ୍ସପୋଟରେ ଆୟକର ଠକେଇକୁ ନେଇ ଚାଲିଛି ଚଢ଼ାଉ । ସଞ୍ଜୟ ନନ୍ଦଙ୍କ ମିସନରୋଡ଼ ସ୍ଥିତ ଅଫିସରେ ଆଜି ବି ଚଢ଼ାଉ କରୁଛି ଆୟକର ବିଭାଗ । କୋଇଲା ଟ୍ରାନ୍ସପୋର୍ଟର ଦସ୍ତାବିଜ ଯାଞ୍ଚ କରାଯାଉଛି । ଆଜିଠୁ କିଛି ମାସ ପୂର୍ବରୁ ସଞ୍ଜୟଙ୍କ ଅଫିସରେ ଆୟକର ବିଭାଗ ରେଡ଼ କରିଥିବା ବେଳେ ଏବେ ପୁଣି ହଠାତ ଚଢ଼ାଉ କରାଯାଇଛି । କୁହାଯାଉଛି ନବଙ୍କ ପୁଅର ବେନାମୀ କମ୍ପାନୀରେ ରହିଛି ସଞ୍ଜୟଙ୍କ ଅନେକ କାରବାର ।