ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ; ଜାଣନ୍ତୁ କାହିଁକି ବାନ୍ଧିଲା ପୁଲିସ୍ ?

ଏନବିଡବ୍ଲୁ  ଆଧାରରେ ଗିରଫ ହୋଇଛନ୍ତି ପାର୍ଥ । ପୁଲିସ ଗିରଫ କରିବା ପରେ ପାର୍ଥସାରଥୀଙ୍କୁ କୋର୍ଟ ଚାଲାଣ କରିଛି ।

1s

ollywood Photograph: (kanaknews)

କନକ ବ୍ୟୁରୋ: ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟଙ୍କୁ ବାନ୍ଧିଲା ପୁଲିସ । ଛାଡ଼ପତ୍ର ମାମଲାରେ କୋର୍ଟଙ୍କ ନିୟମ ଖିଲାପ କରିବା ଅଭିଯୋଗରେ ହୋଇଛନ୍ତି ଗିରଫ  । ପାର୍ଥସାରଥୀଙ୍କୁ ଭୁବନେଶ୍ବର ବଡଗଡ଼ ଥାନା ପୁଲିସ ଆଜି ଗିରଫ କରିଛି । NBW ଆଧାରରେ ଗିରଫ ହୋଇଛନ୍ତି ପାର୍ଥ । ପୁଲିସ ଗିରଫ କରିବା ପରେ ପାର୍ଥସାରଥୀଙ୍କୁ କୋର୍ଟ ଚାଲାଣ କରିଛି । ପୂର୍ବରୁ ତାଙ୍କର ଛାଡ଼ପତ୍ର ମାମଲା ଚାଲିଥିଲା । କୋର୍ଟ ନିୟମ ଖିଲାପ କରିଥିବାରୁ ଜାରି ହୋଇଥିଲା ଜାମିନ ବିହୀନ ଗିରଫ ପରୱାନା । ପାର୍ଥସାରଥୀଙ୍କୁ ଗିରଫ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପରେ ବଡ଼ଗଡ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି  । 

ଅଭିନେତା ପାର୍ଥଙ୍କୁ ବିଭିନ୍ନ ସିନେମା ଏବଂ ସିରିଏଲରେ ଦର୍ଶକ ଦେଖିବାକୁ ପାଇଛନ୍ତି । ଓଡିଆ ସିନେମା ଫାଲଗୁନ ଚୈତ୍ର, ଡାଲଚିନି, ତ୍ରିକନ୍ୟା, ଚରିତ୍ର, ଡିୟର ପୁରୁଷ ଆଦି ସିନେମାରେ ତାଙ୍କୁ ଦେଖିବାକୁ ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe