କନକ ବ୍ୟୁରୋ: ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟଙ୍କୁ ବାନ୍ଧିଲା ପୁଲିସ । ଛାଡ଼ପତ୍ର ମାମଲାରେ କୋର୍ଟଙ୍କ ନିୟମ ଖିଲାପ କରିବା ଅଭିଯୋଗରେ ହୋଇଛନ୍ତି ଗିରଫ । ପାର୍ଥସାରଥୀଙ୍କୁ ଭୁବନେଶ୍ବର ବଡଗଡ଼ ଥାନା ପୁଲିସ ଆଜି ଗିରଫ କରିଛି । NBW ଆଧାରରେ ଗିରଫ ହୋଇଛନ୍ତି ପାର୍ଥ । ପୁଲିସ ଗିରଫ କରିବା ପରେ ପାର୍ଥସାରଥୀଙ୍କୁ କୋର୍ଟ ଚାଲାଣ କରିଛି । ପୂର୍ବରୁ ତାଙ୍କର ଛାଡ଼ପତ୍ର ମାମଲା ଚାଲିଥିଲା । କୋର୍ଟ ନିୟମ ଖିଲାପ କରିଥିବାରୁ ଜାରି ହୋଇଥିଲା ଜାମିନ ବିହୀନ ଗିରଫ ପରୱାନା । ପାର୍ଥସାରଥୀଙ୍କୁ ଗିରଫ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପରେ ବଡ଼ଗଡ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ଅଭିନେତା ପାର୍ଥଙ୍କୁ ବିଭିନ୍ନ ସିନେମା ଏବଂ ସିରିଏଲରେ ଦର୍ଶକ ଦେଖିବାକୁ ପାଇଛନ୍ତି । ଓଡିଆ ସିନେମା ଫାଲଗୁନ ଚୈତ୍ର, ଡାଲଚିନି, ତ୍ରିକନ୍ୟା, ଚରିତ୍ର, ଡିୟର ପୁରୁଷ ଆଦି ସିନେମାରେ ତାଙ୍କୁ ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/07/10/1s-2025-07-10-15-28-32.jpg)