କନକ ବ୍ୟୁରୋ : ଅଫିସରଙ୍କୁ ମାଡ ଘଟଣା ଦୁଇଦିନ ବିତିଗଲାଣି । ହେଲେ ଥମୁନି ବିବାଦ । ଘଟଣା ଭିନ୍ନ ମୋଡ ନେଲାଣି । କାରଣ ସରକାରଙ୍କୁ ହରଡଘଟଣାରେ ପକାଇ ଚାପ ପକାଉଛନ୍ତି ଅଫିସର୍ସ ସଂଘ । ୫ ଗିରଫଦାରୀରେ ସନ୍ତୁଷ୍ଟ ନ ହୋଇ ମୁଖ୍ୟ କାର୍ପଟଦାର କୁହାଯାଉଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବାକୁ ଦାବି କରିଛି ଓଏଏସ ସଂଘ । ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘ ଦାବି କରିଛି । ସଂଘ କହିଛି, ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଉ ଓ ଅଫିସର୍ସଙ୍କ ସୁରକ୍ଷା ବଢାଯାଉ ।

Advertisment

ସ୍ଥିତି ସ୍ବାଭାବି କରିବାକୁ ମାରାଥନ ବୈଠକ 
ଭୁବନେଶ୍ବର ମହାନଗର ନିଗମ ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ସରକାରଙ୍କ ଉପରେ ଚାପ ବଢ଼ୁଥିବାବେଳେ ସ୍ଥିତି ସ୍ବାଭାବିକ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ସରକାର । ଓଏଏସଙ୍କ ପାଇଁ ଓଆରଏସ ସଂଘ ବାହାରିବା ପରେ ସେମାନଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ବ ମନ୍ତ୍ରୀ । ସରକାରଙ୍କ ଅନୁରୋଧ କ୍ରମେ ଜରୁରୀ ସେବା ବନ୍ୟା ଓ ରଥଯାତ୍ରାରେ ସାମିଲ ହେବାକୁ ରାଜି ହୋଇଛି ସଂଘ । ତେବେ କାର୍ଯ୍ୟାନୁଷ୍ଠାନ ନ ହେବା ଯାଏଁ  ଓଏଏସ ସଂଘକୁ ନୈତିକ ସମର୍ଥନ ଦେବ ବୋଲି କହିଛି ଓଆରଏସ ସଂଘ । ସେପେଟ ଅଫିସରଙ୍କ  ସମୂହ ଛୁଟି ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ଡ଼ାକି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ବୈଠକ ପରେ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ହେବେ । ଘଟଣା ପଛରେ ଯିଏ ବି ଅଛି କାର୍ଯ୍ୟାନୁଷ୍ଠାନ ହେବ । ଏଫଭିଓ-ଓଏଏସଙ୍କ ଆନ୍ଦୋଳନ ଯୋଗୁଁ ପ୍ରଶାସନିକ କାମ ଠପ୍ ହୋଇଛି ।  ଜଗା ପ୍ରଧାନଙ୍କୁ ଗିରଫ କରିବାକୁ ଓଏଏସ ସଂଘ ଜିଦରେ ଅଟଳ ରହିଛି । ଯାହାକୁ ନେଇ ସରକାର ଅକଳରେ ପଡିଛନ୍ତି ।