କନକ ବ୍ୟୁରୋ : ପାଟନା ଏମ୍ସରେ ଓଡ଼ିଆ ଡାକ୍ତରୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଢେଙ୍କାନାଳ ଗଁଦିଆ ବ୍ଲକ ନିହଲପ୍ରସାଦ ବୈଦ୍ୟକାଟେଣୀ ଗାଁର ଉପେନ୍ଦ୍ର ସାହୁଙ୍କ ପୁଅ ଡାକ୍ତର ଯାଦବେନ୍ଦ୍ର ସାହୁଙ୍କୁ ବିହାର ପାଟନା ଏମ୍ସରେ ଛାତ୍ରାବାସରେ ସନ୍ଦେହଜନକ ମୃତ୍ୟୁ ହୋଇଛି । ସେ ପ୍ରଥମ ବର୍ଷ ଡାକ୍ତରୀ ପିଜି ଛାତ୍ର ଥିଲେ । ଗତକାଲି ତାଙ୍କ ମୃତଦେହ ସନ୍ଦେହ ଜନକ ଭାବେ ମେଡିକାଲ ହଷ୍ଟେଲ୍ ମଧ୍ୟରୁ ଉଦ୍ଧାର କରାଯାଇଛି । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣୁଥିବା ବେଳେ ମେଡିକାଲ୍ କର୍ତ୍ତୃପକ୍ଷ ଆତ୍ମହତ୍ୟା ବୋଲି ଦର୍ଶାଇଛନ୍ତି । ମୃତ ଡାକ୍ତରଙ୍କ ମାଆ ଓ ସାନଭାଇ ପାଟନା ଯାଇଛନ୍ତି । ସବ ବ୍ୟବଚ୍ଛେଦ ପରେ ସତ ଜଣାପଡିବ ।