କନକ ବ୍ୟୁରୋ : ଯୌତୁକ ନିର୍ଯାତନା ପାଇଁ ଝୁଲି ପଡିଲେ ନବବଧୂ । ଭୁବନେଶ୍ୱରରେ ପୁଣି ବଧୂ ହତ୍ୟା ଅଭିଯୋଗ । ମଞ୍ଚେଶ୍ୱର ଥାନା ଅଧୀନ ଧିରୁକୁଟି ସାହିର ଏକ ଘର ଭିତରୁ ମିଳିଲା ନବ ଵିବାହିତଙ୍କ ଝୁଲନ୍ତା ମୃତଦେହ । ମୃତକ ହେଉଛନ୍ତି ଭୁବନେଶ୍ୱର ଅନ୍ଧାରୁଆ ଗ୍ରାମର ସୁବାଷ ନାୟକଙ୍କ ଝିଅ ତୃପ୍ତି ନାୟକ । ଝିଅକୁ ସୁପ୍ରକଳ୍ପିତ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ କରିଛନ୍ତି । ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଉଛନ୍ତି ଝିଅର ଶ୍ୱଶୁର ଘର ଲୋକ । ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ ପରେ ଖୋଳତାଡ଼ ଜାରି ରଖିଛି ପୋଲିସ ।

Advertisment