କନକ ବ୍ୟୁରୋ : ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ହତ୍ୟାକାଣ୍ଡ ପଛରେ ଲୁଚିଛି ବଡ଼ ଷଡ଼୍ଯନ୍ତ୍ର । ହତ୍ୟାକାଣ୍ଡ ପଛରେ ଇନସ୍ୟୁରାନ୍ସ ଟଙ୍କା ହଡ଼ପକୁ ନେଇ ଖୋଳତାଡ଼ ପରେ, ସାମନାକୁ ଆସିଛି ସାଙ୍ଘାତିକ ସତ । ଅଭିଯୁକ୍ତ ଦୀପକ ରାଉତ ଓ ଶୁଭମିତ୍ରାଙ୍କ ବିବାହ ପରେ ପରେ, ଦୀପକର ଆକାଉଣ୍ଟ ଉପରେ ଥିଲା ଶୁଭମିତ୍ରାଙ୍କ ଆଖି । ପ୍ରଥମ ପତ୍ନୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଇନସ୍ୟୁରାନ୍ସ ବାବଦକୁ ପ୍ରାୟ ୧ କୋଟି ୨୫ ଲକ୍ଷ ଟଙ୍କା ପାଇଥିଲା ଦୀପକ । କିନ୍ତୁ ସେହି ଟଙ୍କା ଖର୍ଚ୍ଚ କରୁ ନଥିଲା । ଶୁଭମିତ୍ରା ସେହି ଟଙ୍କାରୁ ୨୦ ଲକ୍ଷ ମାଗୁଥିଲେ । ତାଙ୍କ ପାଇଁ ନୁହେଁ ବରଂ ତାଙ୍କ ଭାଇ ନନ୍ଦୁକୁ ଟଙ୍କା ଦରକାର କହି ବାରମ୍ବାର ଚାପ ପକାଉ ଥିଲେ । ଟଙ୍କା ନ ଦେବାରୁ ଘରକୁ ଡାକି ଶୁଭମିତ୍ରା ଓ ତାଙ୍କ ମାଆ, ଦୀପକଙ୍କ ତଣ୍ଟିରେ ଛୁରୀ ଲଗାଇ ଧମକ ବି ଦେଇଥିଲେ । ହତ୍ୟାକାଣ୍ଡ ଦିନ ବି ସେହି ସମାନ ଘଟଣାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ, ଯୁକ୍ତିତର୍କରୁ ହାତାହାତି ପର୍ଯନ୍ତ କଥା ଯାଇଥିଲା । ଶୁଭମିତ୍ରା, ଦୀପକକୁ ଗୋଇଠା ମାରିବାରୁ , ସେ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ପଲିଗ୍ରାଫ ଟେଷ୍ଟ ବେଳେ ଜଣାପଡ଼ିଛି ।
ସେପଟେ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଦୀପକ ବୀମା ଟଙ୍କା ପାଇବା, ଦ୍ବିତୀୟ ପତ୍ନୀ ଶୁଭମିତ୍ରାଙ୍କ ପାଇଁ ବୀମା କରିବା ଏହି ପୁରା ଘଟଣାକୁ ନୂଆମୋଡ଼ ଦେଇଛି । ପ୍ରଥମ ପତ୍ନୀ ମୃତ୍ୟୁ ଘଟଣାକୁ ହତ୍ୟାକାଣ୍ଡ ସନ୍ଦେହ କରାଯାଉ ଥିବାରୁ ପୁଣି ଥରେ ଖୁଣ୍ଟୁଣି ଥାନା ଫାଇଲ ଖୋଲି ତଦନ୍ତ କରାଯାଉଛି । ହତ୍ୟାକାଣ୍ଡ ପଛର ଥିଓରି ପୁଲିସ ଭିତରେ ପିଶାଚ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି। ଏହାରି ଭିତରେ ଏହି ନୂଆ ଥିଓରି ପୁଲିସର ନିଦ ହଜାଇ ଦେଇଛି।