ସାଇବର ଠକଙ୍କ ନୂଆ ତରିକା; ମୋବାଇଲ ହ୍ୟାକ୍ କରି ଖାଲି କରିଦେଲେ ଆକାଉଣ୍ଟ

ହଠାତ୍ ଦୁଇ ଯୁବକଙ୍କ ମୋବାଇଲକୁ ଓଟିପି ଥିବା କିଛି ମ୍ୟାସେଜ୍ ଲଗାତାର ଆସିଲା । ହେଲେ ସେମାନେ କୌଣସି ଆପ୍‌କୁ ଯାଇନାହାନ୍ତି କି କୌଣସି ସ୍ଥାନରେ ଲଗ୍‌ଇନ୍ କରିନାହାନ୍ତି । ଏହିଭଳି ମେସେଜ୍ କାହିଁକି ଆସିଲା ସେନେଇ କିଛି ଚିନ୍ତା କରିବା ଆଗରୁ ଥରଥର କରି ଆକାଉଣ୍ଟରୁ ଟଙ୍କା କଟିବା ଆରମ୍ଭ ହୋଇଯାଇଥିଲା ।

cyber fraud

cyber fraud Photograph: (Kanak News)

କନକ ବ୍ୟୁରୋ : ସାଇବର ଠକଙ୍କ ନୂଆ ତରିକା । ଆଉ ଓଟିପି କି ପିନ୍ ମଗାମଗି ନାହିଁ । ସିଧାସଳଖ ମୋବଇଲ ହ୍ୟାକ୍ କରି ଓଟିପି ନେଇ ଖାଲି କରିଦେଉଛନ୍ତି ଆକାଉଣ୍ଟ । ଏହିଭଳି କିଛି ନୂଆ ଧରଣର ସାଇବର ଲୁଟର ଶିକାର ହୋଇଛନ୍ତି ସୁନ୍ଦରଗଡ଼ର ଦୁଇ ଯୁବକ ମହମ୍ମଦ ସକଲିନ ଏବଂ ଗୁଲଫାମ୍ ଖାନ୍ । ଗତକାଲି ହଠାତ୍ ଦୁଇ ଯୁବକଙ୍କ ମୋବାଇଲକୁ ଓଟିପି ଥିବା କିଛି ମ୍ୟାସେଜ୍ ଲଗାତାର ଆସିଲା । ହେଲେ ସେମାନେ କୌଣସି ଆପ୍‌କୁ ଯାଇନାହାନ୍ତି କି କୌଣସି ସ୍ଥାନରେ ଲଗ୍‌ଇନ୍ କରିନାହାନ୍ତି । ଏହିଭଳି ମେସେଜ୍ କାହିଁକି ଆସିଲା ସେନେଇ କିଛି ଚିନ୍ତା କରିବା ଆଗରୁ ଥରଥର କରି ଆକାଉଣ୍ଟରୁ ଟଙ୍କା କଟିବା ଆରମ୍ଭ ହୋଇଯାଇଥିଲା ।

କେତେବେଳେ ଟଙ୍କା କୁମାର ଜୀଙ୍କ ଆକାଉଣ୍ଟକୁ ଯାଉଥିଲା ତ ଆଉ କେତେବେଳେ ପ୍ରଧାନ ଜୀଙ୍କ ଆକଉଣ୍ଟକୁ । କିଛି ଟଙ୍କା ସପିଂ ଆପ୍‌କୁ ବି ଚାଲିଯାଇଥିଲା । ମାତ୍ର କେଇ ମିନିଟ୍‌ ଭିତରେ ଆକାଉଣ୍ଟ ସଂପୂର୍ଣ୍ଣ ସଫା କରିଦେଲେ ସାଇବର ଲୁଟେରା । ଲକ୍ଷାଧିକ ଟଙ୍କା ଲୁଟ୍‌ ହେବା ପରେ ସୁନ୍ଦରଗଡ଼ ଟାଉନଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବକମାନେ । ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe