କନକ ବ୍ୟୁରୋ : ସାଇବର ଠକଙ୍କ ନୂଆ ତରିକା । ଆଉ ଓଟିପି କି ପିନ୍ ମଗାମଗି ନାହିଁ । ସିଧାସଳଖ ମୋବଇଲ ହ୍ୟାକ୍ କରି ଓଟିପି ନେଇ ଖାଲି କରିଦେଉଛନ୍ତି ଆକାଉଣ୍ଟ । ଏହିଭଳି କିଛି ନୂଆ ଧରଣର ସାଇବର ଲୁଟର ଶିକାର ହୋଇଛନ୍ତି ସୁନ୍ଦରଗଡ଼ର ଦୁଇ ଯୁବକ ମହମ୍ମଦ ସକଲିନ ଏବଂ ଗୁଲଫାମ୍ ଖାନ୍ । ଗତକାଲି ହଠାତ୍ ଦୁଇ ଯୁବକଙ୍କ ମୋବାଇଲକୁ ଓଟିପି ଥିବା କିଛି ମ୍ୟାସେଜ୍ ଲଗାତାର ଆସିଲା । ହେଲେ ସେମାନେ କୌଣସି ଆପ୍କୁ ଯାଇନାହାନ୍ତି କି କୌଣସି ସ୍ଥାନରେ ଲଗ୍ଇନ୍ କରିନାହାନ୍ତି । ଏହିଭଳି ମେସେଜ୍ କାହିଁକି ଆସିଲା ସେନେଇ କିଛି ଚିନ୍ତା କରିବା ଆଗରୁ ଥରଥର କରି ଆକାଉଣ୍ଟରୁ ଟଙ୍କା କଟିବା ଆରମ୍ଭ ହୋଇଯାଇଥିଲା ।
କେତେବେଳେ ଟଙ୍କା କୁମାର ଜୀଙ୍କ ଆକାଉଣ୍ଟକୁ ଯାଉଥିଲା ତ ଆଉ କେତେବେଳେ ପ୍ରଧାନ ଜୀଙ୍କ ଆକଉଣ୍ଟକୁ । କିଛି ଟଙ୍କା ସପିଂ ଆପ୍କୁ ବି ଚାଲିଯାଇଥିଲା । ମାତ୍ର କେଇ ମିନିଟ୍ ଭିତରେ ଆକାଉଣ୍ଟ ସଂପୂର୍ଣ୍ଣ ସଫା କରିଦେଲେ ସାଇବର ଲୁଟେରା । ଲକ୍ଷାଧିକ ଟଙ୍କା ଲୁଟ୍ ହେବା ପରେ ସୁନ୍ଦରଗଡ଼ ଟାଉନଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବକମାନେ । ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/21/cyber-fraud-2025-10-21-17-30-00.jpg)