ଦିବାଲୋକରେ ମହିଳାଙ୍କୁ ନିର୍ଯାତନା, କୁମ୍ଭକର୍ଣ୍ଣ ନିଦ୍ରାରେ ସରକାର : କ୍ଷୋଭ ପ୍ରକାଶ କଲେ ନବୀନ

ବଳଙ୍ଗା ନାବାଳିକା ପୋଡ଼ି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ସରକାରଙ୍କୁ ଟାର୍ଗେଟ୍ କରି ଅସନ୍ତୋଷ ଝାଡ଼ିଛନ୍ତି ।

Naveen

Photograph: (kanaknews)

କନକ ବ୍ୟୁରୋ : ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ଏବେ ଉଠୁଛି ପଡ଼ୁଛି ରାଜ୍ୟ । ବାଲେଶ୍ବର ପିଡ଼ିତା ମୃତ୍ୟୁ ମାମଲା ପରେ ଏହା ଦ୍ୱିତୀୟ ଘଟଣା ସାରା ରାଜ୍ୟକୁ ଦୋହଲାଇଦେଇଛି । ସାରା ରାଜ୍ୟରେ ବିରୋଧ ବଢ଼ିଚାଲିଛି । ରାଜନୀତି ବି ଜୋର ଧରିଛି । ମହିଳା ସୁରକ୍ଷା ନେଇ ବିରୋଧୀ ରାସ୍ତାକୁ ଓହ୍ଲାଇଛନ୍ତି । ଆଉ ଏହାରି ଭିତରେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । 

ବଳଙ୍ଗା ନାବାଳିକା ପୋଡ଼ି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ସରକାରଙ୍କୁ ଟାର୍ଗେଟ୍ କରି ଅସନ୍ତୋଷ ଝାଡ଼ିଛନ୍ତି । ସପ୍ତାହକ ଭିତରେ ସ୍ପଷ୍ଟ ଦିବାଲୋକରେ ଦୁଇଟି ଘଟଣା ଘଟିଲା । ପ୍ରତ୍ୟେକ ଦିନ ମହିଳା ନିର୍ଯାତନା ଖବର ସାମ୍ନାକୁ ଆସୁଛି । ଏହା କେବଳ ହିଂସା ନୁହେଁ ହୁଗୁଳା ଶାସନ ବ୍ୟବସ୍ଥା ବୋଲି ଦର୍ଶାଇଛନ୍ତି ନବୀନ । ସେ ଆହୁରି କହିଛନ୍ତି, ଏ ସରକାରରେ ଅପରାଧୀମାନେ ଦଣ୍ଡକୁ ଭୟ କରୁନାହାନ୍ତି । ସରକାରୀ ନିଷ୍କ୍ରିୟତା ପାଇଁ ଓଡ଼ିଶା ମହିଳାଙ୍କ ପାଇଁ ଅସୁରକ୍ଷିତ ପାଲଟିଯାଇଛି । ଏଭଳି ଘଟଣା କେମିତି ନଘଟିବ ବୋଲି ସରକାର ପ୍ରତିଶ୍ରୁତି ଦେବେ କି, କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠି କେବେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରଶ୍ନ କରିଛନ୍ତି ନବୀନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe