ଗଜପତି ମୋହନାରେ ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା ଘଟଣା : ୯ରେ ପହଞ୍ଚିଲା ଗିରଫଦାରୀ

ଅଭିଯୁକ୍ତମାନେ ସଙ୍ଘଵଧ ହୋଇ ଯୁବକଙ୍କୁ ହତ୍ୟା କରି ଗାଁ ନିକଟସ୍ଥ ପାହାଡ଼ ପାଖରେ ପୋତି ଦେଇଥିଲେ । ଘଟଣାରେ ମୃତ କରୁଣାକରଙ୍କ ଭାଉଜ ସବିତା ଦଳାଇ ଥାନାରେ ଅଭିଯୋଗ କରିଥିଲେ । ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ମୋହନା ପୁଲିସ । 

13

କନକ ବ୍ୟୁରୋ : ଗୁଣି ସନ୍ଦେହରେ ଯୁବକକୁ ହତ୍ୟା ଘଟଣା । ଏହି ଘଟଣାରେ ୯ କୁ ବୃଦ୍ଧି ପାଇଲା ଗିରଫ ସଂଖ୍ୟା । ଗଜପତି ଜିଲ୍ଲା ମୋହନା ଥାନା କୁସୁମପୁର ଗାଁରେ ଗୁଣି ସନ୍ଦେହରେ ଯୁବକକୁ ହତ୍ୟା ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ସଙ୍ଘଵଧ ହୋଇ ଯୁବକଙ୍କୁ ହତ୍ୟା କରି ଗାଁ ନିକଟସ୍ଥ ପାହାଡ଼ ପାଖରେ ପୋତି ଦେଇଥିଲେ । ଘଟଣାରେ ମୃତ କରୁଣାକରଙ୍କ ଭାଉଜ ସବିତା ଦଳାଇ ଥାନାରେ ଅଭିଯୋଗ କରିଥିଲେ । ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ମୋହନା ପୁଲିସ । 

ତଦନ୍ତ ବେଳେ ଅଭିଯୁକ୍ତମାନଙ୍କୁ ନେଇ ଘଟଣା ସ୍ଥଳକୁ ଯାଇଥିଲା ପୁଲିସ । ଘଟଣା ସ୍ଥଳରେ ଅଭିଯୁକ୍ତମାନେ ଯୁବକଙ୍କୁ ପୋତିଥିବା ଜାଗାକୁ ଚିନ୍ହଟ କରିଥିଲେ । ପରେ ପୁଲିସ, ସାଇଣ୍ଟିଫିକ ଟିମ ଓ ଏକଜୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବକୁ ବାହାର କରାଯାଇ ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲ କୁ ପଠା ଯାଇଛି । ଏହି ଘଟଣା ରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ଆଉ କାହାର ସମ୍ପୃକ୍ତି ରହିଛି ଏନେଇ ଛାନଭିନ୍ ଜାରି ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe