କନକ ବ୍ୟୁରୋ : ପୁଅ ମାଡ଼ରେ ମାଆ ମୃତ । ପୁଅ, ବୋହୂଙ୍କ ଝଗଡ଼ା ସମାଧାନ କରିବାକୁ ଯାଇ ଚାଲିଗଲା ମାଆର ଜୀବନ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବିଷ୍ଣୁପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପୁଲିସ ଅଭିଯୁକ୍ତ ପୁଅ ମନୋଜ ମଲ୍ଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗତକାଲି ବିଳମ୍ବିତ ରାତିରେ ମନୋଜ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡ଼ା ବଢିବାରୁ ମନୋଜଙ୍କ ୭୦ ବର୍ଷୀୟ ବୁଢ଼ୀ ମାଆ ଶାନ୍ତିଲତା ପୁଅକୁ ବାରଣ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମନୋଜ ତାଙ୍କ ମାଆଙ୍କୁ ମାଡ଼ ମାରିବାରୁ ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା ।
ପୁଅ, ବୋହୂଙ୍କ ଝଗଡ଼ା ସମାଧାନ କରିବାକୁ ଯାଇ ଚାଲିଗଲା ମାଆର ଜୀବନ
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବିଷ୍ଣୁପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପୁଲିସ ଅଭିଯୁକ୍ତ ପୁଅ ମନୋଜ ମଲ୍ଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି ।
/kanak/media/media_files/2025/07/22/mothers-life-ends-2025-07-22-11-47-07.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)